Home Breaking News ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୪୬ ହଜାର ୪୨୪ ଘନଫୁଟ ବନ୍ୟାଜଳ କରୁଛି ପ୍ରବେଶ

ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୪୬ ହଜାର ୪୨୪ ଘନଫୁଟ ବନ୍ୟାଜଳ କରୁଛି ପ୍ରବେଶ

by Admin
0 comment

ଭୁବନେଶ୍ୱର:ଚିନ୍ତା ବଢ଼ାଉଛି ହୀରାକୁଦ ।ଉପରମୁଣ୍ଡରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢିଚାଲିଛି । ଫଳରେ ହୀରାକୁଦ ଜଳସ୍ତର ୬୨୧.୩୫ ଫୁଟରେ ପହଞ୍ଚିଛି । ଏନେଇ ଯେ କୌଣସି ସମୟରେ ଅଧିକ ଗେଟ ଖୋଲିପାରେ ବୋଲି ତଳିଆ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୪୬ ହଜାର ୪୨୪ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୧୭ ଟି ଗେଟ ଦେଇ ୩ ଲକ୍ଷ ୩ ହଜାର ବନ୍ୟାଜଳ ନିଷ୍କାସନ କରାଯାଉଛି । ତେବେ ଡ୍ୟାମ ଭିତରେ ଅଧିକ ବନ୍ୟାପାଣି ମହଜୁତ ରହୁଥିବାରୁ କମୁନି ଜଳସ୍ତର । ରୁଲକର୍ଭ ଅନୁସାରେ ହୀରାକୁଦର ଜଳସ୍ତର ବହୁ ପରିମାଣରେ ବଢିଯାଇଥିବାରୁ ୬୧୫ ଫୁଟକୁ ଖସାଇବାକୁ ପଡିବ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc