ନିରପେକ୍ଷ(ଭୁବନେଶ୍ବର) ୫\୮: ଶାହ କଲେ ଓଡ଼ିଶା ର ପ୍ରଶଂସା।ଓଡିଶା ଗସ୍ତରେ ଆସି ଓଡ଼ିଶାର ମାଓଦମନ ନୀତି ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଢେର ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଆସୁଛନ୍ତି । ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ଘଟଣା ୩୦% ହ୍ରାସ ପାଇଛି, ଗୁଳିବିନିମୟ ତଥା ଆକ୍ରମଣ ଘଟଣାରେ ୩୨ ପ୍ରତିଶତ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁରେ ୫୬ ପ୍ରତିଶତ ହ୍ରାସ ପାଇଛି । ନକ୍ସଲ ଆନ୍ଦୋଳନକୁ ହ୍ରାସ କରିଥିବାରୁ ଓଡ଼ିଶା ସରକାରଙ୍କୁ ଏହି ଅବସରରେ ଧନ୍ୟବାଦ ଦେଇଛନ୍ତି ଶାହ ।
