ନିରପେକ୍ଷ ବ୍ୟୁରୋ : ସମୟ ଗଡୁଛି ଉତ୍ସାହ ବଢୁଛି ,ଚନ୍ଦ୍ର ପୃଷ୍ଠ ରେ ପାଦଥାପିବାକୁ ବ୍ୟଗ୍ରହ ପ୍ରକାଶ ପାଉଛି । ତେବେ ଆଜି ସନ୍ଧ୍ୟାରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩ । ଅଧୁନା ଚନ୍ଦ୍ରଯାନ ଦୁଇ ତୃତୀୟାଂଶ ଦୂର ଅତିକ୍ରମ କରିସାରିଲାଣି । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ଉତକ୍ଷେପଣ କରାଯାଇଥିବାବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ।
