Home Breaking News ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

ଗୁରୁବାର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି ଘରୋଇ ୱେଷ୍ଟଇଣ୍ଡିଜ୍‌। ଭାରତୀୟ ବ୍ୟାଟିଂ ବିଫଳ ହେବାରୁ ଇଣ୍ଡିଜ୍‌ଠାରୁ ଭାରତ ୪ ରନ୍‌ରେ ପରାସ୍ତ ହୋଇଛି।

ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ । ହେଲେ ଖୋଲିଲାନି ଶୋ’ ରୁମ୍ । ମାର୍କେଟ ବିଲ୍ଡିଂର କେବଳ ରିଟେଲ୍‌ ଦୋକାନ ଗୁଡ଼ିକ ଖୋଲାଯାଇଛି । 

ସମ୍ଭାବ୍ୟ ବନ୍ୟାକୁ ନେଇ ପୁରୀ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ .

ରିଲିଜ୍‌ ହେଲା ‘ଓଏମ୍‌ଜି-୨’ ଟ୍ରେଲର; ଭକ୍ତଙ୍କ ସାହାଯ୍ୟ ପାଇଁ ଧରାବତରଣ କଲେ ଡମ୍ବରୁଧାରୀ ।

ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ଅନୁଦାନ ୩୦ % ବୃଦ୍ଧି; ଖର୍ଚ୍ଚ ହେବ ୬୪ କୋଟି, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ ।

କ୍ରିକେଟରୁ ଅବସର ନେଲେ ମନୋଜ ତିୱାରୀ, ସୋସିଆଲ ମିଡିଆରେ ଲେଖିଲେ ଏକ ଭାବପ୍ରବଣ ପୋଷ୍ଟ ।

ଆଜି ଠୁ ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ: ଏକାଠି ବସିବେ ନବୀନ-ଶାହା ।

ସରକାରଙ୍କ ବଡ଼ ନିଷ୍ପତ୍ତି, ବିଦେଶରୁ ଲାପଟପ୍, କମ୍ପ୍ୟୁଟର ଓ ଟାବଲେଟ୍ ଆମଦାନୀ ଉପରେ ଲାଗିଲା ରୋକ୍ ।

ନୁହ ହିଂସାରେ ୯୩ ମାମଲା ରୁଜୁ, ୧୭୬ ଗିରଫ, ପଳାୟନ ଖବରକୁ ଗୁଜବ କହିଲେ ଅତିରିକ୍ତ ଶାସନ ସଚିବ ।

କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବନ୍ୟା ଆଶଙ୍କା, ୬୮୩୪ ଜଣ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ।

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ: ବିଲ ପାରିତ ପୂର୍ବରୁ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଥିଲେ ଗୃହମନ୍ତ୍ରୀ ଅମିତ ଶାହା।

“ଭାରତରେ ଆମ ଖେଳାଳିଙ୍କୁ କଡ଼ା ସୁରକ୍ଷା ନ ଦେଲେ ଯିବୁନି” ବିଶ୍ବକପ୍ ପାଇଁ ପାକିସ୍ତାନର ନୂଆ ସର୍ତ୍ତ। ।

ଜ୍ଞାନବାପୀ ମାମଲାରେ ଜାରି ରହିବ ଏଏସଆଇ ସର୍ଭେ: ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୁସଲିମ ପକ୍ଷ ।

ଏନଡିଏ ସାଂସଦଙ୍କୁ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ: ଗରିବ କଲ୍ୟାଣ ଉପରେ କାମ କରିବାକୁ କହିଲେ ମୋଦୀ ।

ଭାରତୀୟ ଡାକ ପକ୍ଷରୁ ଗ୍ରାମୀଣ ଡାକ ସେବକ ବା GDS (ବ୍ରାଞ୍ଚ ପୋଷ୍ଟମାଷ୍ଟର (ବିପିଏମ୍‌)/ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର (ଏବିପିଏମ୍‌)/ଡାକ ସେବକ) ପଦରେ ନିଯୁକ୍ତି ପାଇଁ  ଆବେଦନ ଗ୍ରହଣ କରାଯାଉଛି ।

ଏବେ ଦେଶରେ ଚାଲିବ ଖାସ୍ ଟ୍ରେନ, ଉପରେ ବସିବେ ଯାତ୍ରୀ, ତଳେ ବୋଝେଇ ହେବ ମାଲ୍ ।

ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍ ରିପୋର୍ଟ: ୨୦୩୧ ସୁଦ୍ଧା ଦ୍ବିଗୁଣିତ ହେବ ଅର୍ଥନୀତି, ଜିଡିପି ୬.୭ ଟ୍ରିଲିଅନ ହେବ ।

ଏମ୍‌ସରେ ୨୦ ଜଣ କରିଛନ୍ତି ଶରୀର ଦାନ: ୮ ଜଣଙ୍କୁ ମିଳିଛି ଦୃଷ୍ଟି ଶକ୍ତି ।

ଜାମ୍ମୁ-କାଶ୍ମୀରରେ ନିଖୋଜ୍ ଥିବା ଯବାନଙ୍କୁ ଖୋଜି ପାଇଲା ପୁଲିସ, ଡାକ୍ତରୀ ପରୀକ୍ଷା ପରେ ହେବ ପଚରାଉଚରା ।

ଭାରତରେ ପ୍ରଥମ ଥର ପାଇଁ ଅଫିସ୍ ଖୋଲିଲା ଲୋକପ୍ରିୟ ଇଭି ନିର୍ମାତା ଟେସ୍‌ଲା, ଇଭି ମାର୍କେଟ୍‌ ପାଇଁ ଶୁଭ ସଂକେତ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc