Home Breaking News ବୈତରଣୀରେ ବନ୍ୟା ବିଭୀଷିକା

ବୈତରଣୀରେ ବନ୍ୟା ବିଭୀଷିକା

by Admin
0 comment

ନିରପେକ୍ଷ (କେନ୍ଦୁଝର): ଗତ ଦୁଇ ଦିନ ଧରି ପ୍ରବଳ ବର୍ଷାରେ ବୈତରଣୀ ନଦୀ ରେ ବନ୍ୟା ପରିସ୍ଥିତି ଯୋଗୁଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରେ ବ୍ୟାପକ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କରାଳ ବିଭୀଷିକା ଦେଖାଦେଇଛି। ଏଥିରେ ଶାଳନିଆ,ଆୟତପୁର,ହାବଳେଶ୍ଵର,ସମଣା, ଗେଡମା,ଆମ୍ବୋ, ପଞ୍ଚଗୋଛିଆ, ବଞ୍ଚୋ ଆଦି ୮ଗୋଟି ପଞ୍ଚାୟତ ର ୨୦ଟି ଗାଆଁ ଏବେବି ଜଳମଗ୍ନ ରହିଛି। ବିଶେଷ କରି ନଦୀପାଖ ହାବଳେଶ୍ଵର ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଥିବା ବେଳେ, ପାଣି ଘେରରେ ଲୋକେ ରହି ନାନାଦି ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଛି। ଏପରିକି ଶାଳନିଆ-ହାବଳେଶ୍ଵର ରାସ୍ତାରେ ୬ଫୁଟର ବନ୍ୟା ଜଳ ଲହଡ଼ା ମାରୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।ସେହିପରି ବଞ୍ଚୋ ପଞ୍ଚାୟତ ସିଂଡୋବ ଗାଁ ସମ୍ଭବତଃ ନଦୀ ପଠାରେ ଅବସ୍ଥିତ ଯୋଗୁଁ ଲୋକମାନେ ଭୟ ଓ ଆଶଂକାରେ ରହି ଅଛନ୍ତି। ଏଥି ସହିତ ଏକର ଏକର ଚାଷ ଜମିରେ ବନ୍ୟା ଜଳ ମାଡିଆସି ଗଭୀର ସମୁଦ୍ରର ଭ୍ରମ ସୃଷ୍ଟି କରୁଛି। ଆଜି ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ,କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ବିଡ଼ିଓ ବିନୀତା ବିଜୟିନୀ, ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର ହାଟଡିହି ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ଫେରିଯାଇଛନ୍ତି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc