ନିରପେକ୍ଷ(ନୂଆଦିଲ୍ଲୀ) : ରାହୁଲ ଗାନ୍ଧୀ ଙ୍କୁ ନେଇ ଆସିଛି ପୁଣି ଏକ ବଡ ଖବର । କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସୁପ୍ରିମକୋର୍ଟରେ ଏକ ଜବାବୀ ସତ୍ୟପାଠ ଦାଖଲ କରିଛନ୍ତି ଏବଂ ୨୦୧୯ ମସିହାର ଅପରାଧିକ ମାନହାନି ମାମଲାରେ କ୍ଷମା ମାଗିବେ ନାହିଁ ବୋଲି ମନା କରିଦେଇଛନ୍ତି। ୬୩ ପୃଷ୍ଠାର ସତ୍ୟପାଠରେ ରାହୁଲ ଗାନ୍ଧି ତାଙ୍କ ବିରୋଧରେ କୌଣସି ମାନହାନି ମାମଲା ଥିବା ଖଣ୍ଡନ କରିଛନ୍ତି। ରାହୁଲ କହିଛନ୍ତି, ତାଙ୍କୁ ଫସାଇବା ପାଇଁ ଜନ ପ୍ରତିନିଧି ଆଇନର ଅପବ୍ୟବହାର କରାଯାଇଛି।

ପୂର୍ବତନ ୱାୟନାଡ଼ ସାଂସଦ କହିଛନ୍ତି, ସେ କୌଣସି ଗୁରୁତର ଅପରାଧ କରିନାହାନ୍ତି ଏବଂ ତାଙ୍କ ଟିପ୍ପଣୀ ସମାଜ ବିରୋଧୀ ନୁହେଁ। ତେଣୁ ସେ ଦୋଷୀ ନୁହନ୍ତି ଏବଂ ସେ କାହାକୁ କ୍ଷମା ମାଗିବେନି। ମାମଲାରେ ପୁର୍ନେଶ ମୋଦୀଙ୍କ ସତ୍ୟପାଠର ଜବାବ ରଖି ରାହୁଲ ଏହି ସତ୍ୟପାଠ ଦାଖଲ କରିଛନ୍ତି। ପୁର୍ନେଶ ମୋଦୀଙ୍କ ସତ୍ୟପାଠରେ ରାହୁଲଙ୍କୁ ଅହଙ୍କାରୀ କୁହାଯାଇଥିଲା।
