Home weather ମହାନଦୀରେ ଆସୁଛି ବନ୍ୟା,ସବୁ ଜିଲ୍ଲାପାଳ ଙ୍କୁ ସତର୍କ ରହିବାକୁ ଆଲର୍ଟ

ମହାନଦୀରେ ଆସୁଛି ବନ୍ୟା,ସବୁ ଜିଲ୍ଲାପାଳ ଙ୍କୁ ସତର୍କ ରହିବାକୁ ଆଲର୍ଟ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ଲାଗିରହିଛି ଲଗାତାର ପ୍ରବଳ ବର୍ଷା ,ହୀରାକୁଦ ରେ ଖୋଲିଚି ଗେଟ ,ଆଉ ପ୍ରବଳ ବର୍ଷା ରେ ଓଡ଼ିଶାରେ ସୃଷ୍ଟି ହୋଇଛି ବନ୍ୟା । ତେବେ ଫୁଲୁଛି ନଦୀ ବଢୁଛି ବନ୍ୟା ଆଶଙ୍କା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ୭ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉ । ବନ୍ୟାସ୍ଥିତି ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

ମୁଣ୍ଡଳୀରେ ସନ୍ଧ୍ୟା ସୁଦ୍ଧା ପିକରେ ପହଞ୍ଚିବ ମହାନଦୀ ବନ୍ୟାଜଳ । ବଡ଼ ଧରଣର ନୁହେଁ ମଧ୍ୟମ ଧରଣର ବନ୍ୟା ହେବ । ୯ ଲକ୍ଷରୁ ସାଢ଼େ ୯ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହେବ । ଆଜି ରାତି ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସ୍ଥିତି ଉପରେ ନଜର ରହିଛି । ବନ୍ୟାରେ ପ୍ରଭାବତି ହେବାକୁ ଥିବା ଜିଲ୍ଲାରେ ଜିଲ୍ଲାପାଳମାନେ ସତର୍କ ରହିଛନ୍ତି । ସେହିପରି ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଅଧିକାରୀମାନେ ସଜାଗ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ।

SRC ଅଫିସରୁ ସବୁ ଜିଲ୍ଲପାଳମାନଙ୍କୁ ଆଲର୍ଟ କରାଯାଇଛି । ଆଜି ସକାଳ ୬ଟାରେ SRC ବୈଠକ ନେଇଥିଲେ । ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି । ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁରଠାରେ କମିବାକୁ ଲାଗିଲାଣି । କିଛି ବଡ଼ ଅଘଟଣ ହୋଇନି । ଆଜି ସକାଳେ ବ୍ରାହ୍ମଣୀର ଜଳସ୍ତର ଜେନାପୁର ପାଖରେ ବଢିବାକୁ ଲାଗିଛି । ହେଲେ ବିପଦ ସଂକେତ ତଳେ ଅଛି । ହୀରାକୁଦ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି । ସେଠାରେ ୯୦ରୁ ୧୦୦ MM ବର୍ଷା ହୋଇଛି । ୧୫ ଜିଲ୍ଲା ପାଇଁ ୮ ଏନଡିଆରଏଫ, ୧୩ ଓଡ୍ରାଫ୍, ୨୩ ଅତିରିକ୍ତ ଅଗ୍ନିଶମ ଟିମ୍ ନିୟୋଜିତ ଅଛନ୍ତି । ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରହିଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି କହିଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc