Home Breaking News ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

-ରାଜ୍ୟର ୫୦ ଅଣସଂଗଠିତ ବର୍ଗର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କା ସହାୟତା ମିଳିବ।

➡️୨-ଆସନ୍ତା ଅକ୍ଟୋବର ୧ରୁ ଅନଲାଇନ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ଲାଗୁ ହେବ ୨୮% ଜିଏସଟି l

➡️୩-ଲଘୁଚାପଜନିତ ବର୍ଷାରେ ଉବୁଟୁବୁ ସାରା ଓଡ଼ିଶା । ଜଳରେ ଅସ୍ତବ୍ୟସ୍ତ ଜନଜୀବନ । ଚାରିଆଡ଼େ ପାଣି ଓ ପାଣି l

➡️୪-ରାଷ୍ଟ୍ରପତିଙ୍କୁ ଭେଟିଲେ ‘ଇଣ୍ଡିଆ’ ମେଣ୍ଟର ୩୧ ସାଂସଦ । ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତଙ୍କ ସମସ୍ୟା ନେଇ ମହାମହିମଙ୍କୁ କରାଇଲେ ଅବଗତ l

➡️୫-ବୈତରଣୀ ବନ୍ୟା ଆଶଙ୍କା ନେଇ ଧାମନଗରରେ ଜିଲାପାଳଙ୍କ ସମୀକ୍ଷା, ୩୦ ଏନ୍‌ଡିଆରଏଫ୍ ଟିମ୍ ଧାମନଗରରେ ରହିବେ ମୁତୟନ l

➡️୬-ନନଷ୍ଟପ୍ ବର୍ଷାରେ ବେହାଲ୍ ସାରା ବୌଦ୍ଧ ଜିଲ୍ଲା । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ବୌଦ୍ଧରେ ହୋଇଛି ରାଜ୍ୟର ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା l

➡️୭-ଲଗାଣ ବର୍ଷା ଏବଂ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର, ଅନୁଗୁଳ ଓ ବରଗଡ଼ ଜିଲ୍ଲାର ସବୁ ଅଙ୍ଗନବାଡ଼ି, ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ l

➡️୮-ବୈତରଣୀରେ ବନ୍ୟା ଉପୁଜିବା ଯୋଗୁଁ ଯାଜପୁର ଜିଲାର ଏକାଧିକ ବ୍ଲକରେ ଆଜିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ହେଲା ଛୁଟି ଘୋଷଣା l ଜିଲାର କୋରେଇ, ଯାଜପୁର, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ସମସ୍ତ ସ୍କୁଲ, କଲେଜ(ଉଭୟ ସରକାରୀ ଓ ବେସରକାରୀ) ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ l

➡️୯-ରିଲାଏନ୍ସ ଜିଓର ଓଡ଼ିଶାରେ ଏକ ନମ୍ବର ସ୍ଥିତି ସୁଦୃଢ, ଟ୍ରାଇ ତଥ୍ୟ ଅନୁସାରେ ମେ’ ମାସରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ l

➡️୧୦-ବଲିଉଡ୍‌ର ବିଶିଷ୍ଟ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ମୃତ୍ୟୁ ଖବର ପାଇ ଫିଲ୍ମ ‘ଓଏମଜି-୨’ର ଟ୍ରେଲର ରିଲିଜ୍ ଅଟକାଇଲେ ଅକ୍ଷୟ l ଗତକାଲି ହେବାକୁ ଥିବା ବେଳେ ଏହା ଆଜି ସକାଳ ୧୧ଟାରେ ହେବ ରିଲିଜ୍ l

➡️୧୧-ଓଡ଼ିଶାର ଗୋଟିଏ ସମେତ ମୋଟ ୩ଟି କୋଇଲା ଖଣିର ହେବ ନିଲାମ l ହିଣ୍ଡାଲକୋକୁ ମିଳିଲା ଓଡ଼ିଶାର ମିନାକ୍ଷୀ ୱେଷ୍ଟ କୋଇଲା ଖଣି l ମହଜୁଦ ଅଛି ୯୪୦ ମିଲିୟନ୍‌ ଟନ୍ କୋଇଲା l

➡️୧୨-ସାରା ଦେଶରେ ରହିଛି ୨୦ଟି ନକଲି ବିଶ୍ୱବିଦ୍ୟାଳୟ, ନାଁ ଜାରି କଲା UGC, ଦିଲ୍ଲୀରେ ରହିଛି ସର୍ବାଧିକ l ଦିଲ୍ଲୀ ପରେ ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ ।

➡️୧୩-ଖୁବଶୀଘ୍ର ସାଧାରଣ ଲୋକଙ୍କୁ ମିଳିବ ଆଶ୍ୱସ୍ତି । ମୌସୁମୀ ପରେ ଶସ୍ତା ହୋଇପାରେ ଦୁଗ୍ଧ ମୂଲ୍ୟ ।

➡️୧୪-ଆମେରିକା ରେଟିଂ ହ୍ରାସରେ ବିଶ୍ୱ ଶେୟାର ବଜାରରେ ହା ହା କାର, ୧୦୦୦ ପଏଣ୍ଟ ତଳକୁ ଖସିଲା ଭାରତୀୟ ଶେୟାର ମାର୍କେଟ୍‌ l

➡️୧୫-ଚକିତ କଲା ଏଡିଆର ରିପୋର୍ଟ । ୪୦୦୧ ବିଧାୟଙ୍କ ସମ୍ପତ୍ତି ୫୪.୫୪୫ କୋଟି ଟଙ୍କା, ୩ରାଜ୍ୟର ମୋଟ ବଜେଟଠାରୁ ଅଧିକ l

➡️୧୬-କୁନୋ ଜାତୀୟ ପ୍ରାଣୀଉଦ୍ୟାନରେ ପୁଣି ଆଖିବୁଜିଲା ଚିତା । କିଛି ଦିନ ଧରି ଅସୁସ୍ଥ ରହିବା ପରେ ଚିତା ଧାତ୍ରୀର ହେଲା ମୃତ୍ୟୁ l

➡️୧୭-ପୁଣି ବିବାଦ ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦୨୦ ନିର୍ବାଚନ ଫଳାଫଳ ବଦଳାଇବା ପାଇଁ ଟ୍ରମ୍ପ ଷଡଯନ୍ତ୍ର କରିଥିବା ନେଇ ଆସିଲା ଅଭିଯୋଗ l

➡️୧୮-ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଇରାନରେ ହେଲା ଲକଡାଉନ । ଭୀଷଣ ଗରମ ଯୋଗୁ ହେଲା ଦୁଇ ଦିନିଆ ସରକାରୀ ଛୁଟି ଘୋଷଣା l

➡️୧୯-ବିଶ୍ୱକପ୍ ୨୦୨୩ : ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ , ରାଜି ହେଲା ପାକିସ୍ତାନ l ଅକ୍ଟୋବର ୧୪ରେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ l

➡️୨୦-ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ରେ ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଆଜି ପ୍ରଥମ ମ୍ୟାଚରେ ଚାଇନାକୁ ଭେଟିବ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc