ନିରପେକ୍ଷ(ଭୁବନେଶ୍ବର) : ତିନି ଦିନ ହେଲାଣି ପ୍ରବଳ ଗଳୁଛି ,ଘରୁ ବାହାରକୁ ବାହାରିବା ମୁସ୍କିଲ।ତୁହା କୁ ତୁହା ପ୍ରବଳ ଗାଳିଦେଇ ଯାଉଛି ।ତେବେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ୮ ଜିଲ୍ଲାରେ ସ୍କୁଲ ବନ୍ଦ । କେନ୍ଦୁଝର, ବଲାଙ୍ଗୀର, କଳାହାଣ୍ଡି, ଢେଙ୍କାନାଳ, ନୂଆପଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ସମ୍ବଲପୁର, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷ ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ପାଇଁ ଜିଲ୍ଲପାଳ ଘୋଷଣା କରିଛନ୍ତି ।

ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ଗଭୀର ଅବପାତ । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଏହା ଘଣ୍ଟା ପ୍ରତି ୨୭ କିଲୋମିଟର ବେଗରେ ଗତି କରୁଛି । ଆଜି ଏହା ଗାଙ୍ଗେୟ ଉପତ୍ୟକା ଅତିକ୍ରମ କରି ପରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହୁଛି । ଆଜି ଅତିଭୀଷଣ ବର୍ଷା ନେଇ ୪ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି ।
