Home Breaking News ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

ବଦଳିଲା ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ; ଅକ୍ଟୋବର ୧୫ ବଦଳରେ ୧୪ରେ ହେବେ ମୁହାଁମୁହିଁ ।

ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାୟର ପୁନର୍ବିଚାର ଆବେଦନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଖାରଜ ହୋଇଛି। ସୋମବାର ଏହି ମାମଲାରେ ରିଭ୍ୟୁ ଓ ରିଟ ପିଟିସନ ଖାରଜ କରିବା ସହ ନିଜର ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ।

ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ କୋର୍ଟ।

ଓଡିଶା ସିଭିଲ ସର୍ଭିସ ରେଜଲ୍ଟ ପ୍ରକାଶ ପାଇଛି | ଆଉ ଏଥିରେ ୧୬୪ ଜଣ ମହିଳାଙ୍କ ସହ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି | ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଥିବାବେଳେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୂଚିସ୍ମିତା ପାଣିଗ୍ରାହୀ |

ଭୁବନେଶ୍ବର ଏମ୍‌ସ ପାଚେରୀ ଭୁଶୁଡ଼ିଲା: ୩ ଆହତ, ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି ।

ଟିମ୍ ଇଣ୍ଡିଆକୁ ଫେରିଲେ ବୁମରା, ଆୟର୍ଲାଣ୍ଡ ସିରିଜରେ ନେତୃତ୍ବ ନେବେ ।

ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଠିକଣାରେ ପୁଣି ଇଡିର ଚଢ଼ାଉ । ୬କୋଟି ୨ଲକ୍ଷ ଟଙ୍କାର ସମ୍ପତି ବ୍ୟାଜାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି, ଚାଲିଗଲା ୪ଜଣଙ୍କ ଜୀବନ । ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ଉନ୍ମତକାଣ୍ଡ କଲେ ଆରପିଏଫ ଯବାନ ।

ଖେଳାଳିଙ୍କ ଉପରେ ବର୍ଷିଲେ ଭାରତୀୟ କ୍ରିକେଟ ଦଳ ପୂର୍ବ ଅଧିନାୟକ କପିଲ ଦେବ । କହିଲେ ଟଙ୍କା, ଗର୍ବ, ଅହଙ୍କାର ପାଇଁ ମିଳୁନି ସଫଳତା ।

ଅଗଷ୍ଟ ୫ରୁ ଉପଲବ୍ଧ ହେବ ଭାରତର ପ୍ରଥମ ଲର୍ଣ୍ଣିଂ ବୁକ୍ ନୂଆ ଜିଓବୁକ୍।

ମୁସଲିମ ପକ୍ଷ ସ୍ୱୀକାର କରିବା ଦରକାର ‘ଐତିହାସିକ ଭୁଲ’ ହୋଇଛି : ଜ୍ଞାନବାପୀ ବିବାଦ ଉପରେ ସିଏମ ଯୋଗୀ ।

୨ ମାସରେ ୧୪,୩୦୨ କୋଟି ଟଙ୍କାର ଜିଏସ୍‌ଟି ଚୋରି; ୨୮ ଗିରଫ, ଲୋକସଭାରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ।

ବିମାନବନ୍ଦରରେ ସର୍ବାଧିକ ଧରାପଡ଼ୁଛି ଲାଇଟର୍‌: ସୁରକ୍ଷା ଯାଞ୍ଚ ପାଇଁ ଫୁଲ୍‌ ବଡି ସ୍କାନର୍‌ ଶୀଘ୍ର ।

ଓଡ଼ିଶାକୁ ୨୩,୧୨୦ କୋଟି ଡିଏମ୍‌ଏଫ୍‌ ପାଣ୍ଠି

ହରିୟାଣାରେ ହିଂସା: ଶୋଭାଯାତ୍ରା ବେଳେ ‌େଗାଷ୍ଠୀ ସଂଘର୍ଷ, ଗୁଳିମାଡ଼ରେ ୨ ହୋମ୍‌ଗାର୍ଡଙ୍କ ମୃତ୍ୟୁ ।

ମଣିପୁର ହିଂସା: ସୁପ୍ରିମକୋର୍ଟ କ୍ଷୁବ୍ଧ, କେନ୍ଦ୍ର, ମଣିପୁର ସରକାର ଉପରେ ବର୍ଷିଲେ ।

ମୌସୁମୀ ପ୍ରଥମାର୍ଦ୍ଧରେ ୧୨% ଅଭାବୀ ବର୍ଷା; ଅଗଷ୍ଟ, ସେପ୍ଟେମ୍ବର‌ରେ ସ୍ବାଭାବିକ ବର୍ଷିବ: ଆଇଏମ୍‌ଡି ।

ସଭାରେ ନିଜକୁ ଚପଲରେ ପିଟିଲେ କାଉନସିଲର। ସୋମବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଶାଖାପଟ୍ଟନମ ଅନାକାପଲ୍ଲୀରେ। ଜିଲ୍ଲାର ଜଣେ କାଉନସିଲର ନିଜ ଭୋଟରଙ୍କୁ କରିଥିବା ପ୍ରତିଶ୍ରୁତି ପୂରଣ ନକରିପାରିବାରୁ ନିଜକୁ ଚପଲରେ ମାରିଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc