ନିରପେକ୍ଷ ବ୍ୟୁରୋ(ପୁରୀ ) : ଶନିବାର ମହାପ୍ରଭୁଙ୍କ (lord Jagannatha)ହରିଶୟନ ନିତିକୁ ଆଳ କରି ନିତି(Harisayan Niti) ରେ ଚରମ ବିଶୃଙ୍ଖଳା ଦେଖାଦେଇଛି। ଆଜି ସକାଳ ୬ଟା ୨୦ମିନିଟରେ ପୂର୍ବରାତି ପହୁଡ ହୋଇଛନ୍ତି ମହାପ୍ରଭୁ(lord Jagannatha) । ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ପରେ ମଧ୍ୟ ନିତିକାନ୍ତିରେ ସୁଧାର ଆସିନାହିଁ। ରଥଯାତ୍ରା, ହେରାପଞ୍ଚମୀ ଆଦିରେ ନିତି ବିଭ୍ରାଟ ଭଳି ବନକଲାଗି(banakalagi niti) ଓ ହରିଶୟନ (Harisayan)ଏକାଦଶୀରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ନିତି ସୃଙ୍ଖଳିତ ହେଲେ ଦର୍ଶନ ବ୍ଯବସ୍ଥା ଆପଣା ଛାଏଁ ସୃଙ୍ଖଳିତ ହେବ। ମାତ୍ର ଏହା ଉପରେ ତିକ୍ଷ୍ଣ ନଜର ଦିଆଯାଉନଥିବା ଏଥିରୁ ସ୍ପଷ୍ଟ ବାରିହୋଇପଡୁଛି। ମନ୍ଦିର କମାଣ୍ଡର ଚାହିଁଲେ ନିତି ସୃଙ୍ଖଳିତ କରିପାରିବେ। ମାତ୍ର ସମନ୍ୱୟର ଅଭାବ ଯୋଗୁଁ କେହି କାହା କଥା ଶୁଣୁନଥିବା ଜଣାପଡୁଛି।

ସବୁଠାରୁ ବିଡମ୍ବନାର ବିଷୟ ଆଜି ସକାଳ ୬ଟା ୨୦ରେ ପୂର୍ବ ରାତ୍ର ପହୁଡ ହୋଇଥିବା ବେଳେ ସକାଳ ୭ଟା ୨୦ରେ ଦ୍ୱାରଫିଟା ଓ ମଙ୍ଗଳଆଳତୀ ହୋଇ ଦର୍ଶନ ଆରମ୍ଭ ହୋଇଛି। ଫଳରେ ରାତିରୁ ଦର୍ଶନ ଲାଗି ଘଣ୍ଟାଘଣ୍ଟା ଧାଡିରେ ଛିଡା ହୋଇ ବହୁ କଷ୍ଟ ପାଇଛନ୍ତି ଭକ୍ତ। କୁନିକୁନି ପିଲାମାନେ ମଧ୍ୟ ଧାଡିରେ ବିପଦପୂର୍ଣ୍ଣ ଭାବେ ଲୁହା ବେରିକେଡ ଉପରେ ବସି ଅପେକ୍ଷା କରୁଥିବା ଦେଖିବାକୁ ମିଳିଥିବା ବେଳେ ମହିଳାମାନେ ଗହଳି ଭିତରେ ଠେଲାପେଲା ମଧ୍ୟରେ ତଳେ ଚକାମାଡି ଅପେକ୍ଷା କରିଥିଲେ। ଧାଡି ଲାଗିଥିଲା ପାଖାପାଖି ମରଚିକୋଟ ଛକ ପର୍ଯ୍ୟନ୍ତ। ନିତିରେ ଅହେତୁକ ବିଳମ୍ବ ଯୋଗୁଁ ପୁଲିସ ପାଖରେ ମଧ୍ୟ ବିକଳ୍ପ ନାହିଁ। ନିତି ଚାଲିଲେ ଭକ୍ତମାନଙ୍କ ଧାଡି ଚାଲିଥାଏ। ନିତିବନ୍ଦ ଥିଲେ ଗହଳି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥାନ୍ତି ପୋଲିସ। ଏଣୁ ମହାପ୍ରଭୁଙ୍କ ନିତି ସୃଙ୍ଖଳିତ ସହିତ ଭକ୍ତଙ୍କ ଦର୍ଶନ ସୃଙ୍ଖଳିତ ହେବା ନିହାତି ଜରୁରୀ। ଘଣ୍ଟାଘଣ୍ଟା ଧରି ଦର୍ଶନ ବନ୍ଦ ନହେଲେ ଘହଳି ହେବା ସହିତ ଠେଲାପେଲା ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଯେପର୍ଯ୍ୟନ୍ତ ନିତି ସୃଙ୍ଖଳିତ ନହୋଇଛି ଗହଳି ବଢିବ ଆଉ ଏହାର ନିୟନ୍ତ୍ରଣ ନା ପୁଲିସ ସମାଧାନ କରି ପାରିବ ନା ଜିଲ୍ଲା ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜେ ନିତିସୃଙ୍ଖଳା ଉପରେ ଗୁରୁତ୍ୱ ଦେଇ ନିତି କିଭଳି ସୃଙ୍ଖଳିତ ହେବ ପଦକ୍ଷେପ ନିଅନ୍ତୁ ନଚେତ ଭକ୍ତ ଅସନ୍ତୋଷ ଦେଖାଦେବ ବୋଲି କୁହାଯାଉଛି।
