Home Entertainment ଦିନେ ସଙ୍ଘର୍ଷ କରୁଥିଲେ ଆଜି କୋଟି କୋଟି ଟଙ୍କାରେ ଖେଳୁଛନ୍ତି

ଦିନେ ସଙ୍ଘର୍ଷ କରୁଥିଲେ ଆଜି କୋଟି କୋଟି ଟଙ୍କାରେ ଖେଳୁଛନ୍ତି

by Admin
0 comment

ନିରପେକ୍ଷ ବ୍ୟୁରୋ : ବଲିଉଡ଼ ସିଙ୍ଗର ସୋନୁ ନିଗମ । ଘରେ ଘରେ ପରିଚିତ ନାଁଟିଏ । ସେ ଦିର୍ଘ ତିନି ଦଶନ୍ଧି ଧରି ଗୀତ ଗାଇ ଆସୁଛନ୍ତି। ସେ ହିନ୍ଦୀ, ମରାଠି ତେଲେଗୁ,ଓଡିଆ, ତାମିଲ୍, କନ୍ନଡ ,ବଙ୍ଗଳା ଏବଂ ଭୋଜପୁରୀ ସିନେମାରେ ଗୀତ(song) ଗାଇ ଦର୍ଶକଙ୍କ ମନ କିଣିଛନ୍ତି । ଏହା ବ୍ୟତିତ ସେ ଅନେକ ଆଲବମରେ ମଧ୍ୟ କଣ୍ଠଦାନ କରିଛନ୍ତି । ତାଙ୍କର ସୁମଧୁର ସ୍ବର ସମସ୍ତଙ୍କୁ ପାଗଳ କରେ ଗୀତ ଶୁଣିବା ପାଇଁ ।

ପିଲାବେଳୁ ଗୀତ ପ୍ରତି ରୁଚି ରଖୁଥିବା ସୋନୁ ନିଗମ । ପିଲାବେଳେ ନିଜ ପିତାଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରୁଥିଲେ । ତା’ପରେ ସୋନୁ ଚାରି ବର୍ଷ ବୟସରୁ ତାଙ୍କ ପିତାଙ୍କ ସହ ଷ୍ଟେଜ୍ ସୋ କରିବା ଆରମ୍ଭ କରିଥିଲେ। ଏପରିକି ପିଲାବେଳୁ ସେ ବିଭିନ୍ନ ମେଳେ, କାର୍ଯ୍ୟକ୍ରମ ଓ ଷ୍ଟେଜ୍ ଶୋରେ ଗୀତ ଗାଇବା ଆରମ୍ଭ କରିଥିଲେ। କିନ୍ତୁ ସୋନୁଙ୍କ ପିତା ଅଗମ କୁମାର ନିଗମ୍ ସୋନୁଙ୍କୁ ସଙ୍ଗୀତରେ କ୍ୟାରିୟର କରିବାକୁ ବାରଣ କରୁଥିଲେ।

କିନ୍ତୁ ସୋନୁ ସେତେବେଳେ ବୋଧେ ହୁଏ, ସଙ୍ଗୀତରେ ତାଙ୍କ କ୍ୟାରିୟର ଦେଖି ପାରିଥିଲେ। ସେଥିପାଇଁ କାହାକୁ କିଛି ନ ଜଣାଇ ୧୫ ବର୍ଷ ବୟସରେ ଘର ଛାଡି ମୁମ୍ବାଇ ଆସିଥିଲେ । ପାଖରେ ଟଙ୍କା ନଥିବା କାରଣରୁ ସେ ଷ୍ଟେସନରେ କିଛି ରାତି କଟାଇଥିଲେ। ଏପରିକି ଟଙ୍କା ନ ଥିବାରୁ ସେ ଅଧିକାଂଶ ଦିନ ଉପାସରେ ମଧ୍ୟ କଟାଇଛନ୍ତି।

ଗୀତ ଗାଇବା ପାଇଁ ଏ ଷ୍ଟୁଡିଓରୁ ସେ ଷ୍ଟଡିଓକୁ ସେ ଧାଇଁଥିଲେ। କିନ୍ତୁ ସୋନୁଙ୍କୁ ସେଭଳି କିଛି ସୁଯୋଗ କେହି ଦେଉ ନ ଥିଲେ। ଦିର୍ଘ ଦିନ ପରେ ତାଙ୍କୁ ଏକ ସୁଯୋଗ ମିଳିଥିଲା। ସେ ମହମ୍ମହ ରଫିଙ୍କ ଗୀତ ଗାଇବା ଆରମ୍ଭ କଲେ। ସେ ମୁଖ୍ୟତଃ ଟି- ସିରିଜ୍ ର କେତେକ “ରଫି କି ୟାଦେଁ” ଆଲବମରେ କଣ୍ଠଦାନ କରିଥିଲେ। ଟି-ସିରିଜର ସଂସ୍ଥାପକ ଗୁଲସନ୍ କୁମାର ସୋନୁଙ୍କ ଭିତରେ ଥିବା କଳାକୁ ଚିହ୍ନି ପାରିଥିଲେ। ପରେ ସେ ତାଙ୍କୁ ଗୋଟିଏ ପରେ ଗୋଟିଏ ବ୍ରେକ୍ ଦେବା ଆରମ୍ଭ କରିଥିଲେ।

ପରେ ବଦଳି ଯାଇଥିଲା ସୋନୁଙ୍କ ଭାଗ୍ୟ । ଏହା ପରେ କଣ୍ଠଶିଳ୍ପୀ ରୂପେ ସୋନୁଙ୍କ ପ୍ରଥମ ଗୀତ ଜାନମ୍ (୧୯୯୦) ଫିଲ୍ମରେ ଥିଲା, କିନ୍ତୁ ଏହା ରିଲିଜ୍ ହୋଇନଥିଲା ପରେ ସା-ରେ-ଗା-ମାରେ ବ୍ରେକ୍ ମଧ୍ୟ ପାଇଥିଲେ। ସେବେଠାରୁ ଆଉ ପଛକୁ ବୁଲି ଚାହିଁ ନଥିଲେ ସୋନୁ। ଏହାପରେ ସେ ଏକାଧିକ ବ୍ରକ୍ ପାଇଥିଲେ।

ବର୍ତ୍ତମାନ ସୋନୁ ନିଗମ୍ ଗୋଟେ ଗୀତ ଗାଇବା ପାଇଁ ୧୦ ଲକ୍ଷ ନେଉଛନ୍ତି । ଯଦି ଆମେ ତାଙ୍କ ସମ୍ପତ୍ତି ବିଷୟରେ କହିବା । ତେବେ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୦୩ କୋଟି

ସୋନୁ ନିଗମ୍ ଆଜିକା ଦିନରେ ଜଣେ ନାଁ କରା ସିଙ୍ଗର । ତାଙ୍କର ପ୍ରସିଦ୍ଧ ଆଲବମ୍ ହେଉଛି ବେୱଫା ସନମ (୧୯୯୫)ର ଗୀତ “ଅଚ୍ଛା ସିଲା ଦିଆ…”। ଏହି ସହିତ ସେ ଏକାଧିକ ହିନ୍ଦୀ, ମରାଠି ତେଲେଗୁ,ଓଡିଆ, ତାମିଲ୍, କନ୍ନଡ ,ବଙ୍ଗଳା ଏବଂ ଭୋଜପୁରୀ ସିନେମାରେ ଗୀତ ଗାଇଛନ୍ତି।

୨୦୨୨ ମସିହାରେ ସୋନୁ ନିଗମଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ତାଙ୍କୁ ଫିଲ୍ମଫେୟାର, ଜି ସିନେ, IIFA ଏବଂ ITA ସହିତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc