Home Breaking News ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲାର ଜଣେ ଚାଷୀଙ୍କ ଭାଗ୍ୟ ଚମକିଛି। ଟମାଟୋ ତାଙ୍କ ଭାଗ୍ୟ ବଦଳାଇ ଦେଇଛି। ମାତ୍ର ୪୫ ଦିନରେ ସେ ଟମାଟୋ ବିକି ୪ କୋଟି ଟଙ୍କା ରୋଜଗାର କରିଛନ୍ତି।

ଟାଇଗର ଷ୍ଟେଟ୍ ମାନ୍ୟତା ବଜାୟ ରଖିଲା ମଧ୍ୟ ପ୍ରଦେଶ, ୭୮୫ ବାଘ ସହ ପ୍ରଥମ ସ୍ଥାନରେ, କର୍ଣ୍ଣାଟକରେ ୫୬୩ ବାଘ ।

ୟୁସିସି ଉପରେ ସରକାରଙ୍କୁ ମିଳିଲା ୧ କୋଟିରୁ ଅଧିକ ମତାମତ, ଆଇନ ମନ୍ତ୍ରୀ କହିଲେ-ଚର୍ଚ୍ଚା ପରେ ନିଆଯିବ ନିଷ୍ପତ୍ତି ।

ବିଶ୍ୱ ବ୍ୟାଘ୍ର ଦିବସ : ରାଜ୍ୟରେ କମିଲା, ଶିମିଳିପାଳରେ ବଢ଼ିଲା ବାଘ ସଂଖ୍ୟା।

୨୦୨୪ ନିର୍ବାଚନ ପାଇଁ ଜେପି ନଡ୍ଡାଙ୍କ ନୂଆ ଟିମ୍ । ୧୩ଜଣ ନୂଆ ଉପାଧ୍ୟକ୍ଷଙ୍କ ସମେତ ୩୮ ନେତାଙ୍କୁ ଦାୟିତ୍ୱ ।

ଭାରତର ପ୍ରତ୍ୟେକ ଯୁବକଙ୍କୁ ଶିକ୍ଷା ପାଇଁ ସମାନ ସୁଯୋଗ ଦେବା ଜାତୀୟ ଶିକ୍ଷାନୀତିର ପ୍ରାଥମିକତା: ପ୍ରଧାନମନ୍ତ୍ରୀ ମୋଦି ।

ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣରେ ୮ ମୃତ ଘଟଣା: ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କ୍ଷତିପୂରଣ ଘୋଷଣା।

ଆସନ୍ତା ଅଢେଇ ବର୍ଷରେ ଭାରତରେ ଉତ୍ପାଦନ ହେବ ପ୍ରଥମ ସେମିକଣ୍ଡକ୍ଟର ଚିପ୍ ।

ୟୁଏଇରେ ମେଗା ଲଟେରି ଜିତିଲେ ଲକ୍ଷ୍ନୌର ବ୍ୟକ୍ତି: ୨୫ ବର୍ଷ ଯାଏଁ ମାସକୁ ପାଇବେ ୫.୫ ଲକ୍ଷ ।

ଆୟକର ରିଟର୍ଣ୍ଣ ଦାଖଲ ୫ କୋଟି ଟପିଲାଣି।

ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିଙ୍କ ହାତ ! ପୂର୍ବତନ ସେନା ମୁଖ୍ୟ ନରୱଣେଙ୍କ ଆଶଂକା ।

ତାଳି ଟିଜର: ଗାଳିରୁ ତାଳି ପର୍ଯ୍ୟନ୍ତ ଯାତ୍ରାର କାହାଣୀ, ସୁଶ୍ମିତା ସେନ ସାଜିଲେ କିନ୍ନର ।

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି।

ଶିମିଳିପାଳରୁ ପୁଣି ୯ ବନ୍ଧୁକ ଜବତ: ଜଙ୍ଗଲରେ ଲୁଚାଇ ରଖିଥିଲେ ଶିକାରୀ ।

ମଣିପୁର ଗସ୍ତରେ ଇ-ଣ୍ଡି-ଆ ମେଣ୍ଟର ସାଂସଦ: ରିଲିଫ୍‌ ଶିବିର ବୁଲିଲେ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc