Home Crime ଆଜି ମନୀଷ ସିସୋଦିଆଙ୍କ ଭାଗ୍ୟ ନିର୍ଦ୍ଧାରଣ

ଆଜି ମନୀଷ ସିସୋଦିଆଙ୍କ ଭାଗ୍ୟ ନିର୍ଦ୍ଧାରଣ

by Admin
0 comment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ । ସୁପ୍ରିମକୋର୍ଟରେ ହେବ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣୀ । ଗତ ୧୫ତାରିଖରେ ମାମଲାର ଶୁଣାଣି କରି ଇଡ଼ି ଓ ସିବିଆଇକୁ ନୋଟିସ କରିଥିଲେ ସୁପ୍ରିମକୋର୍ଟ । ୧୪ଦିନ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସିବିଅ୍ଧବ ଓ ଇଡ଼ିର ଜବାବ ମିଳିବା ପରେ ଆଜି ଶୁଣାଣି କରିବାକୁ ଧାର୍ଯ୍ୟ କରିଥିଲେ ୩ଜଣିଆ ଖଣ୍ଡପୀଠ । ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ଫେବୃଆରୀ ୨୬ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ସେଠାରୁ ମୁକୁଳିବା ପରେ ମନି ଲାଣ୍ଡରିଂ ମାମଲାରେ ଗତ ମାର୍ଚ୍ଚ ୯ତାରିଖରେ ସିସେିଦିଆଙ୍କୁ ଗିରଫ କରିଥିଲା ଇଡ଼ି । ଜୁଲାଇ ୩ରେ ହାଇକୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ । ମନୀଷ ସିସୋଦିଆ ଓ ଅନ୍ୟ ଅଭିଯୁକ୍ତଙ୍କର ୫୨କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଛି ପୂର୍ବତନ ନିର୍ଦ୍ଦେଶାଳୟ

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc