Home Breaking News ବିଡିଏକୁ ବାଜିବ ୫-ଟି ଛାଟ

ବିଡିଏକୁ ବାଜିବ ୫-ଟି ଛାଟ

by Admin
0 comment

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏରେ ଚାଲିଛି ଦଲାଲ ରାଜ୍ । ଏଣୁ ଏବେ ବିଡ଼ିଏକୁ ବାଜିବ ୫-ଟିର ଛାଟ । ଏବେ ବିଡ଼ିଏରେ ଟଙ୍କା ନଦେଲେ ଏହି କାର୍ଯ୍ୟାଳୟରେ ଲୋକଙ୍କ ଫାଇଲ ଘୁଞ୍ଚିବାର ନାଁ ଧରୁନି । ୫-ଟି ଛାଟକୁ ଭୃକ୍ଷେପ ନକରି କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଫାଇଲ ପିଛା ଦର ଧାର୍ଯ୍ୟ କରିବା ସହ ନିଜର ପକେଟ୍ ଗରମ କରୁଛନ୍ତି । ଯେଉଁଥିପାଇଁ ଅଯଥାରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଏଭଳି ଅର୍ଥ ରୋଜଗାର ଯୋଗୁଁ ପଦୋନ୍ନତି ପରେ ବି କିଛି ଅଧିକାରୀ ବିଡିଏ ଛାଡି ଯାଉନଥିବା ଚର୍ଚ୍ଚା ହେଉଛି । ଅଭିଯୋଗ ଅନୁଯାୟୀ ବିଡିଏର ଆଲର୍ଟମେଣ୍ଟ୍ ସେକ୍ସନରେ ଥିବା ଅଧିକାରୀମାନେ ବେଶ ହାତ ଗରମ କରିବାରେ ଲାଗିଛନ୍ତି । କାର୍ଯ୍ୟାଳୟର କିଛି ତଳିଆ କର୍ମଚାରୀଙ୍କୁ ନିଜର ଏଜେଣ୍ଟ୍ ଭାବେ ବ୍ୟବହାର କରି ଲୋକଙ୍କଠାରୁ ମନଇଚ୍ଛା ଅର୍ଥ ନେଉଛନ୍ତି । ଘର କିମ୍ବା ପ୍ଲଟ୍ ଆଲର୍ଟମେଣ୍ଟ୍ ପାଇଁ ଅତିକମରେ ୫୦ହଜାର ଟଙ୍କା ଲୋକଙ୍କଠାରୁ ନିଆଯାଉଥିବା ଅଭିଯୋଗ ହୋଇଛି ।

କେବଳ ସେତିକି ନୁହେଁ ମାଲିକାନା ପରିବର୍ତ୍ତନ ପାଇଁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଛି । ବିଡିଏଠାରୁ ଯେଉଁମାନେ ଆବଣ୍ଟନ ସ୍କିମରେ ପ୍ଲଟ୍ କିଣିଥିଲେ, ସେମାନେ ଏହାକୁ ବିକ୍ରି କରିବାକୁ ଚାହିଁଲେ ବିଡିଏଠାରୁ ଅନୁମତି ନେବାର ନିୟମ ରହିଛି । ହେଲେ ଏଥିପାଇଁ ଲାଞ୍ଚ ନଦେଲେ ଫାଇଲ ହଲୁନଥିବା କିଛି ହିତାଧିକାରୀ ନିଜର ନାଁ ଗୋପନ ରଖି ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଡିଏ କାର୍ଯ୍ୟାଳୟକୁ ଦୁର୍ନୀତିମୁକ୍ତ ରଖିବାର ଉତ୍ତର ଦାୟୀତ୍ୱ ମୁଣ୍ଡାଇଥିବା ବିଡିଏ ସଚିବ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି କି ନାହିଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାପରେ ଏବେ ଏହି ବିଭାଗ ମୁଖ୍ୟତଃ ଆଲର୍ଟମେଣ୍ଟ୍ ସେକ୍ସନ ଉପରେ କଡ଼ା ନଜର ରଖାଯାଇଥିବା ସୂଚନା ମିଳିଛି । ଯେ କୌଣସି ସମୟରେ ଏହି କାର୍ଯ୍ୟାଳୟରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କ ଉପରେ ୫-ଟି ଛାଟ ବାଜିପାରେ ବୋଲି ଏବେ ଜୋରଦାର ଚର୍ଚ୍ଚା ହେଉଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc