Home news ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ….

ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର ….

by Admin
0 comment


➡️୧-କୃଷକଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଦେଶବ୍ୟାପୀ ୧.୨୫ ଲକ୍ଷ “କିଷାନ ସମୃଦ୍ଧି କେନ୍ଦ୍ର” ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ସାମିଲ ହେଲା ଓଡିଶାର ପାଖାପାଖି ୫ ହଜାର “କିଷାନ ସମୃଦ୍ଧି କେନ୍ଦ୍ର”l

➡️୨-ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା-୨୦୨୧ ପରୀକ୍ଷା ଫଳ ପ୍ରକାଶନ ଉପରେ ଜାରି ଅନ୍ତରୀଣ କଟକଣାକୁ ପ୍ରତ୍ୟାହାର କଲେ ଓଡ଼ିଶା ହାଇକୋର୍ଟ l

➡️୩-୭ ମାସ ପୂର୍ବରୁ ଘୋଷଣା ହେଲା ମାଟ୍ରିକ୍‌ ପରୀକ୍ଷା ତାରିଖ । ଆସନ୍ତା ବର୍ଷ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ଯାଏଁ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ଏନେଇ ବୋର୍ଡ ପକ୍ଷରୁ ଦିଆଗଲା ସୂଚନା।

➡️୪-ଏଣିକି ଗ୍ରାହକମାନେ ବକେୟା ବିଦ୍ୟୁତ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇ ପାରିବେ । ଯୋଗ୍ୟ ଗ୍ରାହକମାନେ ୨୦୨୦ ମସିହା ମେ ମାସ ୩୧ ତାରିଖ ସୁଦ୍ଧା ଥିବା ବକେୟା ଉପରେ ରିହାତି ପାଇ ପାରିବେ ।

➡️୫-ଆସନ୍ତା ୩୦ ରେ ଆସୁଛି ଆଉ ଏକ ଲଘୁଚାପ, ଏହାର ପ୍ରଭାବରେ ୧ ରୁ ପ୍ରବଳ ବର୍ଷା ସମ୍ଭାବନା । ସାରା ଜିଲ୍ଲାରେ ବିସ୍ତୃତି ବର୍ଷା ସମ୍ଭାବନା ।

➡️୬-ଦିଲ୍ଲୀରେ ତିଆରି ହେବ ବିଶ୍ବର ସର୍ବ ବୃହତ ସଂଗ୍ରହାଳୟ, ରହିବ ୯୫୦ କୋଠରୀ l ଏହାର ନାମ ରହିବ ‘ଯୁଗେ ଯୁଗୀନ ଭାରତ’ ଜାତୀୟ ସଂଗ୍ରହାଳୟ। ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୭-କଲିକତା – ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ ଅନ୍ତର୍ଗତ ଛତିଆ ଠାରେ ୨୫ ଏକର ସ୍ଥାନରେ ହେବ ବୃହତ ଟ୍ରକ ଟର୍ମିନାଲ l

➡️୮-ନନ୍ଦନକାନନରେ ୨ଦିନରେ ୨ମୃତୁ l ନୂଆ କରି ଆସିଥିବା ଗୋଟିଏ ମାଈଚିତା ବିରାଡି ଓ ଏକ ଅଣ୍ଡିରା ବଡଥଣ୍ଟିଆ ଶାଗୁଣାର ହେଲା ମୃତ୍ୟୁ l

➡️୯-ଆସନ୍ତାକାଲି ହେବାକୁ ଥିବା ମହରମ୍ ପର୍ବ ନେଇ ଭଦ୍ରକ ସହର ଚଳଚଞ୍ଚଳ, ୨୫ ପ୍ଲାଟୁନ ଫୋର୍ସ ନିୟୋଜିତ, ସହରରେ ହେଲା ପୁଲିସ୍‌ର ଫ୍ଲାଗ୍ ମାର୍ଚ୍ଚ l

➡️୧୦-ବିବାହ ବନ୍ଧନରେ ବାନ୍ଧି‌ହେଲେ ଟେଲିଭିଜନ ଦୁନିଆର ଅନ୍ୟତମ ଲୋକପ୍ରିୟ ସିରିଏଲ ‘କୁଣ୍ଡଲି ଭାଗ୍ୟ’ ର ଅଭିନେତା l ୧୦୮ ବର୍ଷର ଖଣ୍ଡାରେ ନିଜ ନାମ ପାଖରେ ଲେଖିଲେ ପତ୍ନୀଙ୍କ ନାମ l

➡️୧୧-ଆଣ୍ଠୁ ଯନ୍ତ୍ରଣା ପାଇଁ କେରଳରେ ଆୟୁର୍ବେଦ ଚିିକିତ୍ସାରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଶହେବର୍ଷ ପୁରୁଣା ମଲ୍ଲପୁରମର ଆୟୁର୍ବେଦ ସଂସ୍ଥାରେ ଜୁଲାଇ ୨୯ ଯାଏଁ ଚାଲିବ ଚିକିତ୍ସା l

➡️୧୨-ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଯିବା ଘଟଣା, ଅପରାଧର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର l

➡️୧୩-ଦୂର ହେଉ କୁତ୍ସିତ ପ୍ରଥା; ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ମିଳୁ ଅନୁମତି l ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।

➡️୧୪-ବର୍ଷା ଓ ବନ୍ୟା ପରେ ଦିଲ୍ଲୀରେ ଡେଙ୍ଗୁ ପ୍ରକୋପ, ୬ ବର୍ଷରେ ଭାଙ୍ଗିଲା ରେକର୍ଡ l ଏମସିଡିଙ୍କ ଅନୁସାରେ ଚଳିତବର୍ଷ ୧ଲକ୍ଷ ୧୪ ହଜାର ଘରେ ଡେଙ୍ଗୁ ମଶାଙ୍କ ଲାର୍ଭା ମିଳିଛି।

➡️୧୫-୧୯୯୦ ବ୍ୟାଚ୍‌ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜେ. କ୍ରିଷ୍ଣା କିଶୋର ହେଲେ ମୁଖ୍ୟ ଆୟକର ଆୟୁକ୍ତ l

➡️୧୬-ପାକିସ୍ତାନର ବହାୱଲପୁରର ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ୫୫୦୦ରୁ ଅଧିକ ସେକ୍ସ ଭିଡିଓ ସାମଲାର ଆସିଲା ନୂଆ ଖୁଲାସା l ଏହି ମାମଲାର ମାଷ୍ଟରମାଇଣ୍ଡ ପାକିସ୍ତାନର କେନ୍ଦ୍ରୀୟ ମନ୍ତ୍ରୀଙ୍କ ପୁଅ, ଘଟଣାରେ ପୂରା ଦେଶ ଚକିତ l

➡️୧୭-ମଙ୍ଗଳ ଗ୍ରହକୁ ପରମାଣୁ ଶକ୍ତି ଯୁକ୍ତ ରକେଟରେ ମହାକାଶଚାରୀ ପ୍ରେରଣ କରିବ ନାସା l ଏଥିରେ ୪୯୯ ମିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୩,୬୯୦ କୋଟି ଟଙ୍କା ଖର୍ଚ୍ଚ ହେବ ।

➡️୧୮-ଷ୍ଟାର ସିରିଜ୍ ଥିବା ବ୍ୟାଙ୍କ୍ ନୋଟ୍ ଉପରେ RBIର ସ୍ପଷ୍ଟୀକରଣ, କହିଲା- ‘ଏହି ନୋଟ୍ ଗୁଡିକ ସମ୍ପୂର୍ଣ୍ଣ ଆଇନଗତ’ l

➡️୧୯-WI vs IND: ପ୍ରଥମ ଦିନିକିଆରେ ୱେଷ୍ଟ ଇଣ୍ଡିଜ୍ ଠାରୁ ୫ ୱିକେଟ୍‌ରେ ଜିତିଲା ଭାରତ l

➡️୨୦-ଜର୍ମାନୀ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ସମ୍ଭବ ନ ହେବାରୁ ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୪ ପାଇଁ ଯୋଗ୍ୟତା ହାସଲ କଲା ଆୟର୍ଲାଣ୍ଡ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc