ନିରପେକ୍ଷ ବ୍ୟୁରୋ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାମ, ପୂଜାପାଠରେ ଫୁଲ ବ୍ୟବହାର କରାଯାଏ। ବିଭିନ୍ନ ଦେବଦେବୀଙ୍କୁ ଭିନ୍ନ ଭିନ୍ନ ପୁଷ୍ପ ଅର୍ପଣ କରାଯାଏ। ଏହିକ୍ରମରେ ମହାଦେବଙ୍କୁ କେଉଁ ଫୁଲ ଅର୍ପଣ କଲେ ଶୁଭଫଳ ମିଳିଥାଏ ଆସନ୍ତୁ ଜାଣିବା।

ଦୁଦୁରା
ଶିବଲିଙ୍ଗରେ ନିୟମିତ ଦୁଦୁରା ଫୁଲ ସହ ବେଲପତ୍ର ଓ ଦୂବ ଅର୍ପଣ କଲେ ଧନପ୍ରାପ୍ତି ହୋଇଥାଏ। ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ମହାଦେବଙ୍କୁ ଏହି ଫୁଲ ଅର୍ପଣ କଲେ ମନୋକାମନା ପୂର୍ଣ୍ଣ ହୋଇଥାଏ।

ଅରଖ
ଅରଖ ଫୁଲ ଅର୍ପଣ କରିବା ଦ୍ୱାରା କର୍ମ କ୍ଷେତ୍ରରେ ସଫଳତା ମଳିବା ସହ, ଆର୍ଥିକ ଉନ୍ନତି ଘଟିଥାଏ । ବିଦ୍ୟାର୍ଥୀମାନେ ଶିବଲିଙ୍ଗରେ ଅରଖ ଫୁଲ ଅର୍ପଣ କଲେ ବିଦ୍ୟା କ୍ଷେତ୍ରରେ ଉନ୍ନତି ହୋଇଥାଏ। ଯେଉଁ ବ୍ୟକ୍ତି ନିୟମିତ ଅରଖ ଫୁଲ ଅର୍ପଣ କରେ, ତା’ର ମୃତ୍ୟୁପରେ ତାକୁ ଶିବଲୋକ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।

କନିଅର
ଏହି ଫୁଲ ଭଗବାନ ଶିବଙ୍କର ଖୁବ ପ୍ରିୟ ଅଟେ। ଏହାକୁ ନିୟମିତ ଅର୍ପଣ କଲେ ନିଜ ଇଚ୍ଛା ଅନୁଯାୟୀ ଭଲ ଜୀବନ ସାଥୀ ପ୍ରାପ୍ତି ହୋଇଥାଏ। ଶିବପୁରାଣରେ ଏହି ଫୁଲର ବିଶେଷତ୍ବ ବର୍ଣ୍ଣନା କରାଯାଇଛି।
ଶାସ୍ତ୍ରରେ କୁହାଯାଇଛି ଯେ, ଏକଲକ୍ଷ କନିଅର ଫୁଲ ଶିବଙ୍କୁ ଅର୍ପଣକଲେ ସମସ୍ତ ରୋଗ ଓ ଶୋକ ନାଶ ହୋଇଥାଏ।
