ଭାରତୀୟ ବାୟୁସେନାର ବିମାନରେ ଜଣେ ମଣିଷର ହାର୍ଟକୁ ନିଆଯାଇ ଆର୍ମି ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓ-ଥୋରୋସିକ୍ ସାଇନ୍ସରେ ଭର୍ତ୍ତି ହୋଇଥିବା ଜଣେ ଯୋଦ୍ଧାଙ୍କୁ ଦିଆଯାଇଛି । ମସ୍ତିଷ୍କ ମୃତ ବା ବ୍ରେନ୍ ଡେଡ୍ ଜଣେ ମହିଳାଙ୍କଠାରୁ ନିଆଯାଇଥିବା ମସ୍ତିଷ୍କକୁ ନେଇ ଜଣେ ବାୟୁସେନା ସୈନିକଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ନାଗପୁରଠାରୁ ୭ଶହ କିଲୋମିଟରରୁ ଅଧିକ ରାସ୍ତା ପୁନେକୁ ଭାରତୀୟ ବାୟୁସେନା ଏଏନ-୩୨ ବିମାନରେ ନିଆଯିବା ପୂର୍ବରୁ ସିଭିଲ ପ୍ରଶାସନ ଦ୍ୱାରା ପ୍ରଥମମେ ଗ୍ରୀନ୍ କରିଡରରେ ନିଆଯାଇଥିଲା । ଉଡ଼ାଣ ସମୟ ପ୍ରାୟ ୯୦ମିନିଟ୍ ଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି । ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ହାର୍ଟଡୋନର୍ ବା ହୃଦପିଣ୍ଡ ଦାତ୍ରୀ ହେଉଛନ୍ତି ଜଣେ ୩୧ ବର୍ଷ ବୟସ୍କା ମହିଳା । ତାଙ୍କ ନାମ ଶୌଭାଙ୍ଗୀ ଗନ୍ୟାରପାୱାର । ସେ ତାଙ୍କ ସ୍ୱାମୀ ଏବଂ ଦେଢ ବର୍ଷର ଝିଅ ସହ ନାଗପୁରରେ ରହୁଥିବା ଜଣାପଡ଼ିଛି ।
ସେନା ଅଧିକାରୀଙ୍କ ଶରୀରରେ ସ୍ତ୍ରୀଙ୍କ ହୃଦପିଣ୍ଡ
previous post