Home news ପୁଣି ଏମ୍ସରେ ଚମତ୍କାର: ୯ଘଣ୍ଟାରେ ଯୋଡାଶିଶୁ ଅଲଗା

ପୁଣି ଏମ୍ସରେ ଚମତ୍କାର: ୯ଘଣ୍ଟାରେ ଯୋଡାଶିଶୁ ଅଲଗା

by Admin
0 comment

ପୁଣିଥରେ କମାଲ କରି ଦେଖାଇଛନ୍ତି ଏମ୍ସର ଡାକ୍ତର । ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ବା ଏମ୍ସର ଡାକ୍ତରଙ୍କୁ ମିଳିଛି ବଡ଼ ସଫଳତା । ମାତ୍ର ୯ଘଣ୍ଟାର ଅପରେଶନ ପରେ ସଫଳତାର ସହ ଦୁଇ ଯୋଡ଼ା ଶିଶୁଙ୍କୁ ଅଲଗା କରିପାରିଛନ୍ତି ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ସୂଚନା ମୁତାବକ ଉଭୟ ଶିଶୁ ଗତବର୍ଷ ଜୁଲାଇ ୭ରେ ଜନ୍ମ ହୋଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ଉଭୟଙ୍କୁ ୫ମାସ ପାଇଁ ଆଇସିୟୁରେ ରଖାଯିବା ସହ ସେମାନଙ୍କ ଚିକିତ୍ସା କରାଯାଉଥିଲା । ବର୍ତ୍ତମାନ ଦୁଇ ଭଉଣୀ ଅଲଗା ହୋଇପାରିଛନ୍ତି । ଏବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ଥିବା ଜଣାପଡିଛି । ଏମ୍ସର ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଏହି ଚମତ୍କାର ଏବେ ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଭଉଣୀଙ୍କ ପେଟ ଓ ଛାତି ଯୋଡି ହୋଇଥିବା ବେଳେ ଡାକ୍ତରମାନେ ସଫଳତାର ସହ ଉଭୟଙ୍କୁ ଅଲଗା ଅଲଗା କରିପାରିଛନ୍ତି । ପ୍ରାୟ ୯ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାର ପରେ ଏମ୍ସର ଶିଶୁରୋଗ ବିଶେଷଜ୍ଞ ମିନୁ ବାଜପାୟୀ କହିଛନ୍ତି, ଗର୍ଭଧାରଣର ଚତୁର୍ଥ ମାସରେ ଦୁଇ ଶିଶୁ ଯୋଡି ହୋଇଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ଉପରେ ସେବେଠାରୁ ଡାକ୍ତରୀ ଟିମ୍ ନଜରରେ ରଖିଥିଲେ । ସେମାନେ ଉତ୍ତର ପ୍ରଦେଶର ବରେଲିର ବାସିନ୍ଦା । ଦୀର୍ଘ ୯ଘଣ୍ଟାର ଅପରେଶନ ପରେ ଶିଶୁ ଦ୍ୱୟଙ୍କୁ ଏବେ ଅଲଗା କରାଯାଇଛି । ମାତ୍ର ୧୧ମାସ ବୟସରେ ଶିଶୁ ଦ୍ୱୟଙ୍କୁ ସଫଳତାର ସହ ଅପରେଶନ କରି ଅଲଗା କରିଛନ୍ତି ଏମ୍ସର ଡାକ୍ତରୀ ଟିମ୍ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc