Home news ସଂସଦରେ ବିଜେଡ଼ିର ମହିଳା ସଂରକ୍ଷଣ ଦାବି

ସଂସଦରେ ବିଜେଡ଼ିର ମହିଳା ସଂରକ୍ଷଣ ଦାବି

by Admin
0 comment

ପୂର୍ବରୁ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ଦାବି ଉଠାଇଥିଲା ବିଜେଡ଼ି । ଏବେ ରାଜ୍ୟସଭାରେ ମହିଳା ସଂରକ୍ଷଣ ଦାବିକୁ ପୁନର୍ବାର ଉଠାଇଛନ୍ତି ବିଜେଡ଼ି ସାଂସଦ ଡ. ସସ୍ମିତ ପାତ୍ର । ସଶକ୍ତ ଭାରତ ଲାଗି ମହିଳାଙ୍କ ପ୍ରତିନିଧିତ୍ୱକୁ ବିଜେଡ଼ି ଅଗ୍ରାଧିକାର ଦେଇଆସୁଛି । ହେଲେ କେନ୍ଦ୍ରସରକାର ଏହାକୁ ନେଇ ନିଜର ପ୍ରତିଶ୍ରୁତି ରକ୍ଷା କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ସସ୍ମିତ୍ । ସେହିପରି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କେନ୍ଦ୍ର ନିକଟରେ ବାରମ୍ବାର ଏ ସମ୍ପର୍କରେ ଦାବି କରିଆସୁଛନ୍ତି । ସୂଚନା ମୁତାବକ ଗତ ୨୦୧୯ରେ ମୁଖ୍ୟମନ୍ତ୍ରୀ ୩୩ପ୍ରତିଶତ ଲୋକସଭା ଟିକେଟ୍ ମହିଳାଙ୍କୁ ଦେଇ ଐତିହାସିକ ପଦକ୍ଷେପ ନେଇଥିଲେ । ସେହିପରି ବିଜେଡ଼ି ପ୍ରତିନିଧି ମଣ୍ଡଳ ବିଭିନ୍ନ ରାଜନୈତିକ ଦଳଙ୍କୁ ବୁଝାଇ ସମର୍ଥନ ବି ମାଗିଥିଲେ । ବିଜେଡ଼ିର ଏହି ପଦକ୍ଷେପକୁ ଅନେକ ରାଜନୈତିକ ଦଳ ସମର୍ଥନ ବି କରିଥିଲେ । ହେଲେ ଏଯାବତ୍ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇପାରିଲାନି ବୋଲି ଅଭିଯୋଗ କରିଛି ବିଜେଡ଼ି । ତେଣୁ ତୁରନ୍ତ ମହିଳା ସଂରକ୍ଷଣ ବିଲ୍ ପାରିତ ନେଇ ରାଜ୍ୟସଭାରେ ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ ସାଂସଦ ସସ୍ମିତ୍ ପାତ୍ର । ଏହାଦ୍ୱାରା ଦେଶକୁ ସଶକ୍ତ ମହିଳା ପ୍ରତିନିଧି ମିଳିବା ସହ ୬୬କୋଟି ମହିଳାଙ୍କ ସ୍ୱପ୍ନ ପୂରଣ ହେବ ବୋଲି ସେ କହିଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc