Home news ୩ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟପ୍ରତି: ମା’ କଟକଚଣ୍ଡୀଙ୍କୁ ଦର୍ଶନ କଲେ

୩ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟପ୍ରତି: ମା’ କଟକଚଣ୍ଡୀଙ୍କୁ ଦର୍ଶନ କଲେ

by Admin
0 comment

ତିନି ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ଓଡ଼ିଶାରେ ପହଞ୍ଚିଥିବା ଓଡ଼ିଶା ମାଟିର ଝିଅ ମହାମହିମ ରାଷ୍ଟ୍ରପତି ଆଜି ଗସ୍ତର ଦ୍ୱିତୀୟ ଦିନରେ କଟକରେ ପହଞ୍ଚି ପ୍ରଥମେ ମା’ କଟକଚଣ୍ଡୀଙ୍କୁ ଦର୍ଶନ କରିଥିଲେ । ପରେ ସେ ୮ଘଣ୍ଟା ଧରି କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି କଟକଚଣ୍ଡୀଙ୍କ ଦର୍ଶନ ପାଇଁ ସେଠାରେ ୧୫ମିନିଟର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ପରେ ସେ ମଧୁବାବୁଙ୍କ ଘର ପରିଦର୍ଶନ କରିବେ । ଏହାପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିବାର ବି କାର୍ଯ୍ୟକ୍ରମ ରହିଛି । ସେହିପରି ଆଜି ଓଡ଼ିଶା ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଉତ୍ସବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ସେଠାରେ ଥିବା ଜଜ୍ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ନ ୨ଟା ୫୦ରେ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ଅପରାହ୍ନ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କର ଅଭିଭାଷଣ ପ୍ରଦାନ କରିବେ । ସେହିପରି ସନ୍ଧ୍ୟା ସାଢେ ୬ଟାରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଫେରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ପାଇଁ ଉଭୟ କଟକ ଓ ଭୁବନେଶ୍ୱରରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯିବା ସହ ଉଭୟ ସହରକୁ ପୁରା ସୁରକ୍ଷାବଳୟରେ ରଖାଯାଇଛି । ସେହିପରି ୨୭ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରର ତମାଣ୍ଡୋ ଦଶବାଟିଆରେ ପ୍ରଜାପିତା ବ୍ରହ୍ମାକୁମାରୀ ସଙ୍ଗଠନର ଡିଭାଇନ ଲାଇଟ୍ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ ଓ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପୁଣି ଦିଲ୍ଲୀ ଫେରିଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc