Home news ମଣିପୁର ଭିଡ଼ିଓ ଭାଇରାଲ ଘଟଣା: ସପ୍ତମ ଅଭିଯୁକ୍ତ ଗିରଫ

ମଣିପୁର ଭିଡ଼ିଓ ଭାଇରାଲ ଘଟଣା: ସପ୍ତମ ଅଭିଯୁକ୍ତ ଗିରଫ

by Admin
0 comment

ବହୁ ଚର୍ଚ୍ଚିତ ମଣିପୁର ଭିଡ଼ିଓ ଭାଇରାଲ ମାମଲାରେ ସମ୍ପୃକ୍ତ ଆଉଜଣେ ଅଭିଯୁକ୍ତକୁ ଆଜି ଗିରଫ କରିଛି ପୋଲିସ । ଗତକାଲିର ଗିରଫଦାରୀକୁ ମିଶାଇ ଜଣେ ନାବାଳକଙ୍କ ସମେତ ଏହି ଘଟଣାରେ ଲିପ୍ତ ଥିବା ୭ଜଣଙ୍କୁ ଏଯାବତ୍ ଗିରଫ କରାଯାଇସାରିଲାଣି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବାକୁ ମଣିପୁର ପୋଲିସ ଦୈନିକ ତଲାସି ଜାରି ରଖିଛି । ଗତରାତିରେ ସପ୍ତମ ଅଭିଯୁକ୍ତଙ୍କୁ ଥୌବାଲ ଜିଲ୍ଲାରୁ ଗିରଫ କରାଯାଇଥିବା କଥା ପୋଲିସ ଅଧିକାରୀମାନେ କହିଛନ୍ତି । ଆଜି ସପ୍ତମ ଗିରଫଦାରି ଖବରକୁ ସୁନିଶ୍ଚିତ କରି ମଣିପୁର ପୋଲିସ ଟୁଇଟ୍ କରି କହିଛି ଯେ, ଭାଇରାଲ ଭିଡ଼ିଓ ମାମଲାରେ ଜଣେ ନାବାଳକଙ୍କ ସମେତ ମୋଟ୍ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି । ଭିଡ଼ିଓଟି ହେଉଛି ମେ’ ୪ତାରିଖ ଦିନ ୨ଜଣ ମହିଳାଙ୍କୁ ଉଲଗ୍ନ କରି ବାଟ ଚଲାଇବାର ଘଟଣା । ସୂଚନା ମୁତାବକ, ମଣିପୁରର କାଙ୍ଗକୋପି ଜିଲ୍ଲା ଅନ୍ତର୍ଗତ ବି ଫାଇନୋମ୍ ଗାଁ ନିକଟ ରାଜପଥରେ ‘କୁକି-ଜୋମି’ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଉଲଗ୍ନ କରାଯିବା ସହ ଯୌନ ଉତ୍ପୀଡନ ଦେଇ ରାସ୍ତାରେ ବୁଲାଯାଇଥିଲା । ପରେ ଏହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଗତ ବୁଧବାର ଭାଇରାଲ ହେବାପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଘଟଣାଟି ମେ’ ୪ତାରିଖରେ ଘଟିଥିଲା । ସେଦିନ ଅପରାହ୍ନ ପ୍ରାୟ ୩ଟା ବେଳେ ୮ଶହରୁ ୧ହଜାର ଦୁର୍ବୁତ୍ତ ଅସ୍ତ୍ରଶସ୍ତ୍ର ଧରି ବି ଫାଇନୋମ୍ ଗାଁରେ ପ୍ରବେଶ କରିଥିଲେ । ପରେ ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବା ସହ ଏହା ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ପୋଲିସ ତତ୍ପର ହୋଇ ତଲାସ ଆରମ୍ଭ କରି ଜୁଲାଇ ୨୦ତାରିଖଦିନ ପ୍ରଥମ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ସେଦିନ ଆଉ ୩ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc