ଡାଉନ୍ ହେଲା ଆଇଆରସିଟିସିର ୱେବସାଇଟ୍ ଓ ଆପ୍ । ଟିକଟ୍ ସେବା ବାଧାପ୍ରାପ୍ତ ହୋଇଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ସୂଚନା ମୁତାବକ ବୈଷୟିକ ତ୍ରୁଟି ଯୋଗୁଁ ଭାରତୀୟ ରେଳବାଇର ଟିକେଟ୍ ବୁକିଂ ସର୍ଭିସ୍ ଡାଉନ୍ ହେବା କଥା ଜଣାପଡ଼ିଛି । ଆଜି ସକାଳେ ଦି ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ ଏ ସମ୍ପର୍କରେ ଆଇଆରସିଟିସିକୁ ଜଣାଇଛି । ଏଣୁ ଯଥାଶୀଘ୍ର ତ୍ରୁଟି ସୁଧାରିବା ପାଇଁ ବୈଷୟିକ ଟିମ୍ ଉଦ୍ୟମ ଜାରି ରଖିଛି । ଏ ସଙ୍କ୍ରାନ୍ତରେ ଟୁଇଟ୍ କରି ରେଳବାଇ କହିଛି, ବୈଷୟିକ ତ୍ରୁଟିବିଚ୍ୟୁତି କାରଣରୁ ଟିକେଟିଂ ସର୍ଭିସ୍ ବା ଆଇଆରସିଟିସି ସାଇଟ୍ ଓ ଆପ୍ ଉପଲବ୍ଧ ହେଉନି । ଆମ ଟେକ୍ନିକାଲ ଟିମ୍ ତ୍ରୁଟି ସୁଧାରୁଛନ୍ତି । ସମସ୍ୟାର ସମାଧାନ ହୋଇଯିବା ମାତ୍ରେ ଆମେ ଆପଣମାନଙ୍କୁ ସୂଚନା ଦେବୁ । ସେହିପରି ଆଉଏକ ଟୁଇଟରେ ରେଳବାଇ କହିଛି ଆମାଜନ୍, ମେକଅପ୍ ଟ୍ରିପ୍ ଏବଂ ଅନ୍ୟାନ୍ୟ ସେବା ଯୋଗାଣକାରୀଙ୍କ ଜରିଆରେ ଟିକେଟ୍ ବୁକିଂ କରାଯାଇପାରିବ । ଆଜି ଅନଲାଇନରେ ଟିକେଟ୍ ବୁକିଂ ନହୋଇ ପାରିବାରୁ ଟିକେଟ୍ କରିବାକୁ ଇଚ୍ଛୁକ ଥିବା ଲୋକେ ଟୁଇଟର ଯୋଗେ ରେଳବାଇରେ ଅଭିଯୋଗ କରିଥିଲେ । ସୂଚନା ଯୋଗ୍ୟ, ଆଇଆରସିଟିସି ହେଉଛି ୱେବସାଇଟ୍ ଓ ଆପ୍ ରେ ଏକ ଅନଲାଇନ୍ ପ୍ଲାଟଫର୍ମ । ଯାହା ଯାତ୍ରୀମାନଙ୍କୁ ଟିକେଟିଂ ସେବା ପ୍ରଦାନ କରିଥାଏ ।
ଆଇଆରସିଟିସି ଟିକେଟ୍ ସେବା ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ
previous post