Home news ଜ୍ଞାନବ୍ୟାପୀ ମସଜିଦର ସର୍ଭେ ଆରମ୍ଭ

ଜ୍ଞାନବ୍ୟାପୀ ମସଜିଦର ସର୍ଭେ ଆରମ୍ଭ

by Admin
0 comment

କଡ଼ାସୁରକ୍ଷା ବଳୟ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ବାରଣାସୀସ୍ଥିତ ଜ୍ଞାନବ୍ୟାପୀ ମସଜିଦର ସର୍ଭେ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବା ‘ଏଏସଆଇ’ର ଏକ ଟିମ୍ ଉତ୍ତରପ୍ରଦେଶରେ ଥିବା ଏହି ମସଜିଦର ବୈଜ୍ଞାନିକ ସର୍ବେକ୍ଷଣ ଆରମ୍ଭ କରିଛି । ସୂଚନା ମୁତାବକ, ମସଜିଦ୍ ସର୍ବେକ୍ଷଣ ପାଇଁ ଅନୁମତି ଦେଇଥିବା ବାରଣାସୀ ଡିଷ୍ଟ୍ରିକ୍ଟ କୋର୍ଟଙ୍କ ଆଦେଶ ବିରୋଧରେ ମସଜିଦ୍ ପରିଚାଳନା କମିଟି ସୁପ୍ରିମକୋର୍ଟରେ ଦାଖଲ କରିଥିଲା ଏକ ପିଟିସନ୍ । ପରେ ସର୍ଭେ କରାଯାଉଛି ବୋଲି ଏ ସମ୍ପର୍କରେ ଲୋକେ ସୂଚନା ପାଇଥିବା କହିଛନ୍ତି । ଆବଶ୍ୟକ ଉପକରଣ ଧରି ରବିବାର ଏଏସଆଇ ଟିମ୍ ବାରଣାସୀରେ ପହଞ୍ଚିଥିଲେ । ହେଲେ ସିଲ୍ କରାଯାଇଥିବା ୱାଜୁଖାନା ଅଞ୍ଚଳକୁ ଛାଡ଼ି ‘ଏଏସଆଇ’ ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ସର୍ଭେ କରିପାରିବ ବୋଲି ଅଦାଲତ ରାୟ ପ୍ରକାଶ କରିଥିଲେ । ହିନ୍ଦୁଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ସାମ୍ବାଦିକମାନଙ୍କୁ କହିଛନ୍ତି, ହିନ୍ଦୁ ଓ ମୁସଲମାନ ପ୍ରତିନିଧିଙ୍କ ସମେତ ‘ଏଏସଆଇ’ର ୩୦ଜଣିଆ ଟିମ୍ ଏବେ ଏହି ମସଜିଦରେ ଉପସ୍ଥିତ ଅଛନ୍ତି । ଆମେ ସୁନିଶ୍ଚିତ, ସମଗ୍ର ମସଜିଦ୍ ପରିସର ହେଉଛି ମନ୍ଦିରର । ତେଣୁ ସର୍ଭେ ଫଳାଫଳ ନିଶ୍ଚିତ ଭାବେ ହିନ୍ଦୁମାନଙ୍କୁ ସୁହାଇବ ବୋଲି କହିଛନ୍ତି ଆଇନଜୀବୀ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc