ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୫ତାରିଖରୁ ସମଗ୍ର ଓଡ଼ିଶାରେ ଆରମ୍ଭ ହେବ ପ୍ରବଳ ବର୍ଷା । ଆଜି ପଶ୍ଚିମ କେନ୍ଦ୍ରୀୟ ସହ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ପରିମାଣ ଓ ବିସ୍ତୃତି ବଢିବ । ମୌସୁମୀଜନିତ ନିମ୍ନ ଚାପରେଖା ଗତକାଲିଠାରୁ ଗୁଜୁରାଟର ଦେସାରୁ ବାହାରି ରିଲମ୍, ବେତୁଲ, ବ୍ରହ୍ମପୁରୀ, କାଙ୍କେର, ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋସାଗର ଯାଏ ଲମ୍ବିଛି । ଏହାର ପ୍ରଭାବରେ ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଆଦି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ୨୫ତାରିଖରୁ ରାଜ୍ୟରେ ଲଘୁଚାପଜନିତ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି ।
କାଲିଠୁ ଛେଚିବ ବର୍ଷା
previous post