Home Breaking News ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତିରେ ବିଶୃଙ୍ଖଳା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ହେଲା ଜାରି l

➡️୨-ପ୍ରକାଶ ପାଇଲା ଦ୍ୱିତୀୟ ତଥା ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ବି.ଟେକରେ ୮,୬୫୫ ଛାତ୍ରଛାତ୍ରୀଙ୍କୁ ମିଳିଲା ରାଙ୍କ କାର୍ଡ l

➡️୩-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ନିର୍ମାଣ ହେବ ୧୦,୦୦୦ ବନ ସୁରକ୍ଷା ସମିତି ଗୃହ l ୧୧ ଜିଲ୍ଲାରେ ମିଳିବ ଉନ୍ନତମାନର କ୍ୟାନସର୍‌ ଚିକିତ୍ସା ସୁବିଧା, ଖର୍ଚ୍ଚ ହେବ ୧୦୦୧.୧୪କୋଟି l

➡️୪-ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଲାଗୁ କଲେ ମିଶନ ଶକ୍ତି ସ୍କୁଟର ଯୋଜନା। ଏହି ଯୋଜନାରେ ମିଶନ ଶକ୍ତିର ଯୋଗ୍ୟ ସଦସ୍ୟାଙ୍କୁ ନିଜ ମନ ପସନ୍ଦର ସ୍କୁଟର କିଣିବା ପାଇଁ ମିଳିବ ବିନା ସୁଧରେ ଲକ୍ଷେ ଟଙ୍କା l ତେବେ ଏହାର ସୁଧ ଟଙ୍କା ରାଜ୍ୟ ସରକାର ବହନ କରିବେ।

➡️୫-କଟକ ମାଲଗୋଦାମରୁ ୨୦ କ୍ବିଣ୍ଟାଲର ନକଲି ମସଲା ହେଲା ଠାବ l ଜବତ ନକଲି ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସିଏମସି ସ୍ବାସ୍ଥ୍ୟ ବିଭାଗ କଲେ ସ୍ପଷ୍ଟ l

➡️୬-ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ କୌଣସି ଗୃହକାର୍ଯ୍ୟ ହୋଇପାରିନି। ମଣିପୁର ହିଂସା ପ୍ରସଙ୍ଗରେ ସଂସଦର ଉଭୟ ଗୃହ ହେଲା ଅଚଳ l ସୋମବାର ପର୍ଯ୍ୟନ୍ତ ସଂସଦ ମୁଲତବୀ l

➡️୭-ଭାରତକୁ ବିପଦର ବନ୍ଧୁ କହିଲା ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ସମୟର ସାହାଯ୍ୟକୁ ଭୁରି ଭୁରି ପ୍ରଂଶସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ l

➡️୮-ସୁପ୍ରିମକୋର୍ଟରେ ଝୁଲି ରହିଛି ରାହୁଲଙ୍କ ଭାଗ୍ୟ । ଅଗଷ୍ଟ ୪ରେ ହେବ ମୋଦୀ ସାଙ୍ଗିଆ ବିବାଦର ଶୁଣାଣ, ଆବେଦନକାରୀ ଓ ଗୁଜରାଟ ସରକାରଙ୍କୁ ପକ୍ଷ ରଖିବାକୁ ହେଲା ନୋଟିସ l

➡️୯-ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୬୦୦ ବିଲିୟନ ଡଲାର ହେଲା ପାର, ଯାହା କି ୧୫ ମାସରେ ସର୍ବୋଚ୍ଚ l

➡️୧୦-ଫିଲ୍ମ ‘ଦ କାଶ୍ମୀର ଫାଇଲ ଅନ୍‌ରିପୋର୍ଟେଡ୍‌’ର ଟ୍ରେଲର ହେଲା ରିଲିଜ୍‌ l କାଶ୍ମୀର ପଣ୍ଡିତଙ୍କ ଛାତିଥର କାହାଣୀ କହିବ ଏହି ସିନେମା l

➡️୧୧-ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ନିୟତି l

➡️୧୨-ଟମାଟୋ ପରେ ଏଣିକି କନ୍ଦାଇବ କ୍ଷୀର, କର୍ଣ୍ଣାଟକ ସରକାର ନନ୍ଦିନୀ କ୍ଷୀରର ମୂଲ୍ୟ ଲିଟର ପିଛା ୩ ଟଙ୍କା ବଢ଼ାଇଲେ। ଆସନ୍ତା ମାସ ପହିଲାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ ।

➡️୧୩-ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବୋର୍ଣ୍ଣ ଅଗଷ୍ଟ ୧୧ ୨୦୨୩ରେ ସମ୍ମାନିତ ହେବେ ଭୁମି ପେଡନେକର l

➡️୧୪-ପୁଣି ଚର୍ଚ୍ଚାରେ ଜ୍ଞାନବାପୀ, ମସ୍‌ଜିଦ୍ ପରିସରରେ ସର୍ଭେ କରିବାକୁ ଅନୁମତି ଦେଲେ ବାରଣାସୀ କୋର୍ଟ l

➡️୧୫-ଏଣିକି ଶ୍ରୀଲଙ୍କାରେ ବି ମଧ୍ୟ ଲଞ୍ଚ ହେବ UPI, ଦ୍ବିପାକ୍ଷିକ ଆଲୋଚନା ପରେ କହିଲେ ରାଷ୍ଟ୍ରପତି ବିକ୍ରମସିଙ୍ଘେ l

➡️୧୬-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସରକାରୀ ବାସଭବନ ନିକଟରୁ ସନ୍ଦିଗ୍ଧ ଗିରଫ । ମାରାଣାସ୍ତ୍ର ଧରି ଘରକୁ ପଶିବା ଉଦ୍ୟମ ସମୟରେ ଅଭିଯୁକ୍ତକୁ ଧରିଲା ପୁଲିସ l

➡️୧୭-ପୋର୍ଟ ଅଫ୍ ସ୍ପେନ୍ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ଭାରତ ୪୩୮ ରନ୍‌ର ସମ୍ମାନଜନକ ସ୍କୋର l

➡️୧୮-୫୦୦ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ସଚିନଙ୍କ ରେକର୍ଡ l ଦୀର୍ଘ ୫ ବର୍ଷ ପରେ ବିଦେଶ ମାଟିରେ କଲେ ଶତକ ହାସଲ l

➡️୧୯-ଇମର୍ଜିଂ ଟିମ୍ ଏସିଆ କପ୍ : ସେମିରେ ବାଂଲାଦେଶ-ଏକୁ ୫୧ ରନରେ ପରାସ୍ତ କଲା ଭାରତ-ଏ, ଫାଇନାଲରେ ଭାର-ପାକ୍ ମଧ୍ୟରେ ହେବ ମୁକାବିଲା l

➡️୨୦-ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ତାରିଖ ହେଲା ଘୋଷଣା, ଅଗଷ୍ଟ ୧୨ରେ ପଡିବ ଭୋଟ୍ । ଏଥର ନିର୍ବାଚନଠୁ ଦୂରରେ ରହିବେ ବ୍ରିଜଭୂଷଣ ସିଂହ ।
୧୮ ବର୍ଷ ବୟସରେ କ୍ରିକେଟରୁ ସନ୍ୟାସ ନେଲେ ପାକିସ୍ତାନ ମହିଳା ଦଳର ଆୟେଶା ନସିମ୍ l ଇସଲାମ ସେବା ପାଇଁ ଆୟେଶା ନସିମ ଅନ୍ତର୍ଜାତୀୟ କ୍ରିକେଟ ଛାଡିଛନ୍ତି।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc