Home Breaking News ରାଜ୍ୟ ତଥା ଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ରାଜ୍ୟ ତଥା ଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ଚାଉଳ ରପ୍ତାନୀ ଉପରେ କଠୋର ନିଷ୍ପତ୍ତି ନେଲେ ଭାରତ ସରକାର। ବାସୁମତି ଚାଉଳକୁ ଛାଡ଼ି ଦେଲେ ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନୀ ବ୍ୟାନ୍ କଲେ କେନ୍ଦ୍ର ସରକାର ।

➡️୨-ଆଜି ସନ୍ଧ୍ୟା ସାଢ଼େ ୬ଟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷି, ସ୍ବାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଭଳି ବିଭିନ୍ନ ବିଭାଗର ୧୨ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାକୁ ରହିଛି।

➡️୩-କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଞ୍ଚଳ ଦେଇ ଯାଇଥିବା ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ । ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା । ପ୍ରକଳ୍ପକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୪-ସଫଳତା ଆଡ଼କୁ ଆଉ ଏକ ପାଦ, ଚନ୍ଦ୍ରଯାନ-୩ର ଚତୁର୍ଥ କକ୍ଷପଥକୁ ହେଲା ପରିବର୍ତ୍ତନ l ଏହାର ପରବର୍ତ୍ତୀ ସମ୍ପ୍ରସାରଣ ଜୁଲାଇ ୨୫ରେ କରାଯିବ।

➡️୫-ଦେଶରେ ଆଉ ୩ଟଙ୍କା ମହଙ୍ଗା ହୋଇପାରେ ଦୁଗ୍ଧ, ପନିପରିବା ମୂଲ୍ୟ ବୃଦ୍ଧି ପରେ ଏବେ ଚା ଉପରେ ପଡିବ ମାଡ଼ l

➡️୬-ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଶ୍ନପତ୍ର ପଠାଇ କରିଥିଲେ ପ୍ରେମ ନିବେଦନ, ବନ୍ଧା ହେଲେ ଭୁବନେଶ୍ୱର ଭରତପୁରସ୍ଥିତ ଏକ ସ୍କୁଲର ଭୂଗୋଳ ଶିକ୍ଷକ l

➡️୭-୫-ଟି ସଚିବଙ୍କ ନୟାଗଡ଼ ଜିଲ୍ଲା ଗସ୍ତ, ରୂପାନ୍ତର ହେବ ତଳ ମଣିନାଗ ଓ ଶ୍ରୀଜଗନ୍ନାଥ ମନ୍ଦିର, ଜିଲ୍ଲାର ୫୧ କଲେଜ ପାଇଁ ୨୩.୫୦ କୋଟି ଟଙ୍କା ମଞ୍ଜୁର l

➡️୮-ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମଣିପୁର ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ତମ୍ବିତୋଫାନ କଲେ ବିରୋଧୀ ।

➡️୯-ଆସନ୍ତା ୨୩ ତାରିଖ ସକାଳ ୯ଟା ବେଳେ ହୀରାକୁଦ ଡ୍ୟାମ୍ ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ । ଏ ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରି ଦେଲେ ସୂଚନା ।

➡️୧୦-ଶିଶୁପୁତ୍ରଙ୍କୁ ଜନ୍ମ ଦେଲେ ଅଜୟ ଦେବଗନଙ୍କ ଅନସ୍କ୍ରିନ ଝିଅ ଈଶିତା, ବିବାହର ୬ବର୍ଷ ପରେ ହେଲେ ମା’ l

➡️୧୧-ପୃଥିବୀକୁ ଆସିବ ମଙ୍ଗଳଗ୍ରହର ପୁରାତନ ନଦୀର ପଥର- ନମୁନା ସଂଗ୍ରହ କଲା ନାସାର ରୋବଟିକ୍‌ ରୋଭର l

➡️୧୨-ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର)ର ରିପୋର୍ଟ ଅନୁଯାୟୀ ଦେଶର ସବୁଠାରୁ ଧନୀ ବିଧାୟକଙ୍କ ପାଖରେ ୧୪୦୦ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ପଶ୍ଚିମବଙ୍ଗର ଜଣେ ବିଧାୟକଙ୍କ ପାଖରେ ୨୦୦୦ ଟଙ୍କା ବି ନାହିଁ।

➡️୧୩-ରାଜସ୍ଥାନ, ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ l ସେପଟେ ଜୟପୁରରେ ୩୦ମିନିଟରେ ଭୋର୍ ୪ଟା ୯ରୁ ସାଢ଼େ ୪ଟା ମଧ୍ୟରେ ୩ଥର ହେଲା ଝଟ୍‌କା l ରିକ୍ଟର ସ୍କେଲରେ ତୀବ୍ରତା ୩.୪, କୌଣସି କ୍ଷୟକ୍ଷତି ସୂଚନା ନାହିଁ l

➡️୧୪-ଦେଶର ମୁଣ୍ଡ ନୁଆଁଇଦେଲା ମଣିପୁରର ଜଘନ୍ୟ କାଣ୍ଡ । ମଣିପୁରରେ ଦୁଇ ମହିଳାଙ୍କୁ ସର୍ବସାଧାରଣରେ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ଜଣ ହେଲେ ଗିରଫ।

➡️୧୫-ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ସଂଗଠନ ମୁଖ୍ୟ ଗୁରମିତ ରାମ ରହିମ୍‌ଙ୍କୁ ହରିୟାଣା ସରକାର ୩୦ଦିନିଆ ପାରୋଲ୍‌ କଲେ ପ୍ରଦାନ l

➡️୧୬-ସ୍ପେନ୍‌ର କାନାରି ଦ୍ବୀପରେ କୃତ୍ରିମ ଉପାୟରେ ଏକ ସମୁଦ୍ର ଉପକୂଳ ହେଲା ତିଆରି l ୧୯୫୩ ମସିହାରେ ସାଣ୍ଟାକ୍ରୁଜ ନଗର ପରିଷଦ ଲାସ୍‌ ଟେରେସିଟାସ୍‌ରେ ଏକ କୃତ୍ରିମ ଉପକୂଳ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା।

➡️୧୭-ବୈଷ୍ଣୋଦେବୀ ଦର୍ଶନରେ ବର୍ଷା ସାଜିଲା ବାଧକ, ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚୁଥିବା ରାସ୍ତା ହେଲା ସିଲ୍ l ଗୁମ୍ଫା ମନ୍ଦିର ଦର୍ଶନ ସମେତ ହେଲିକପ୍ଟର ସର୍ଭିସ୍ ଉପରେ ମଧ୍ୟ ଲାଗିଲା ରୋକ l

➡️୧୮-ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୮୮/୪ l ରୋହିତ, ଯଶ୍ୱସୀଙ୍କ ସହ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ l ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା କୋହଲିଙ୍କ ଅପରାଜିତ ୮୭ ରନ୍ l

➡️୧୯-ସେପ୍ଟେମ୍ବରରେ ଭାରତୀୟ ବାୟୁସେନାକୁ ମିଳିବ ପ୍ରଥମ ସି୨୯୫ ବିମାନ, ଭାରତରେ ମଧ୍ୟ ହେବ ନିର୍ମାଣ l ଏହି ପ୍ରୋଜେକ୍ଟରେ ସମୁଦାୟ ୫୬ଟି ଏୟାରବସ୍‌ ନିୟୋଜିତ କରାଯିବ। ଏହି ନିର୍ମାଣ ପ୍ରକ୍ରିୟା ସ୍ପେନ୍‌ ଏବଂ ଭାରତ ମଧ୍ୟରେ ସହଭାଗିତା ଅନୁଯାୟୀ ହେବ।

➡️୨୦-ଋଷଭ ପନ୍ତଙ୍କ ଜିମ୍ ସେସନର ଭିଡିଓ ଦେଖି ଚକିତ ହୋଇଯିବେ ପ୍ରଶଂସକ, ମଇଦାନକୁ ଫେରିବା ପାଇଁ ବୁହାଉଛନ୍ତି ଝାଳ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc