
ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ହେଉଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ଯାହାକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅବସ୍ଥାପିତ ହୋଇଅଛି । ପୂର୍ବତନ ଚିଫ୍ ଜଷ୍ଟିସ ତଥା ଓଡ଼ିଶା ବିଧାନସଭା ର ବାଚସ୍ପତି ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପ୍ରଥମ କୁଳପତି ଲିଙ୍ଗରାଜ ପାଣିଗ୍ରାହୀଙ୍କ ନାମ ରେ ଏହି ମହାବିଦ୍ୟାଳୟ ନାମିତ ହୋଇ ୧୯୬୮ ମସିହାରେ ସ୍ଥାପିତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟକ୍ରମେ ଏଠାରେ ଆଇନରେ ସ୍ମାତକତ୍ତର (LLM) ପାଠ୍ୟକ୍ରମ ୧୯୯୫ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ଦୁଃଖ ର ବିଷୟ ଏହିକି ଯେ ସର୍ବପୁରାତନ ମହାବିଦ୍ୟାଳୟ ରେ ଅଚାନକ ଭାବେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ LLM ପାଠ୍ୟକ୍ରମ କୁ ବନ୍ଦ କରିଥିଲେ ।ଅବାଞ୍ଚିତ ଭାବେ ଅଧ୍ୟପକ ନଥିବା କଥା କହି ଏହି ନିଷ୍ପତି ନିଆଯାଇଛି , ଯାହାକି ଦକ୍ଷିଣ ଓଡ଼ିଶାର ସମଗ୍ର ପୁରାତନ ଛାତ୍ର ଓ ଆଇନଜୀବୀ ଙ୍କୁ ବ୍ୟଥିତ କରିଛି । ରାଜ୍ୟ ସରକାର ଉତ୍ତମ ଶିକ୍ଷା ବ୍ୟବସ୍ଥା ସହ ସ୍ମାର୍ଟ କ୍ଲାସ ରୁମ ନାଁ ରେ ସଫଳତା ଡିଣ୍ଡିମ ପିଟୁଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ,ମନ୍ତ୍ରୀ ଓ ବାଚସ୍ପତି ପ୍ରତୀନିନ୍ଦିତ୍ୱ କରୁଥିବା ଜିଲ୍ଲାରେ ମଧ୍ୟ ଏହି ଅବହେଳା କିପରି ହେଉଛି ତାହା ସାଧାରଣ ରେ ପ୍ରଶ୍ନ । ଏହାସହ ବାଚସ୍ପତି ,ଜିଲ୍ଲା ର ପ୍ରାୟ ବିଧାୟକ, ସାଂସଦ ,ମେୟର ଯିଏ କି ଏହି କଲେଜ ରୁ ଶିକ୍ଷା ଲାଭ କରିଛନ୍ତି । କିନ୍ତୁ ଦୁଃଖ ର ବିଷୟ ଏଯାବତ ସେମାନଙ୍କ ପକ୍ଷରେ ପଦୁଟିଏ ମଧ୍ୟ ଶୁଣିବାକୁ ମିଳିନାହିଁ ।

ଦୃଭାଗ୍ୟ ର କଥା ହେଉଛି ଏହି ମହାବିଦ୍ୟାଳୟ ରେ ଏଯାବତ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ରହିଛି ପାଠ ପଢିବାପାଇଁ କିନ୍ତୁ ଦୁଃଖ ର କଥା ଅଧ୍ୟାପକ ନାହାନ୍ତି କହି ପାଠ୍ୟକ୍ରମ କୁ ବନ୍ଦ କରିଦିଆଯାଉଛି । ଶିକ୍ଷା ଓ ଶିକ୍ଷାକ ଯୋଗେଇବାର କାର୍ଯ୍ୟ ହେଉଛି ସରକାର ଏବଂ କତ୍ତୃପକ୍ଷ ଙ୍କର ,କିନ୍ତୁ ଅଧ୍ୟପାକ ପଦବୀ ପୂରଣ ନକରି ପାଠ୍ୟକ୍ରମ କୁ ଏହି ଆଳରେ ବନ୍ଦ କରିଦେବା ଏକ ପ୍ରକାର କତ୍ତୃପକ୍ଷ ଙ୍କ ର ପିଲାଳିଆମୀ ଛଡା କିଛି ନୁହଁ । ଏଣୁ ଆମେ ପ୍ରତିବାଦ ର କରିବା ମୁଖ୍ୟ କାର୍ଯ୍ୟ ହେଉଛି ଦକ୍ଷିଣ ଓଡ଼ିଶାର ଏକ ସରକାରୀ ଶିକ୍ଷା ଅନୁଷ୍ଠାନ ରେ ଯଦି LLM ପାଠ୍ୟକ୍ରମ କୁ ବନ୍ଦ କରିଦଉଛନ୍ତି ଏଥିରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ଜନପ୍ରତିନିଧି ମାନେ ଯଦି ଚୁପ ହୋଇବସିବେ ତା ଠାରୁ ଦୃଭାଗ୍ୟ ର କଥା କିଛି ନାହିଁ ।
