ନିରପେକ୍ଷ ବ୍ୟୁରୋ :ସମଗ୍ର ବିଶ୍ୱରେ ଏବେ ଜନସଂଖ୍ୟା ବୃଦ୍ଧି ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ହେଲେ ଆୟର୍ଲାଣ୍ଡ ସରକାର କିନ୍ତୁ ନିଜ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ଆରମ୍ଭ କରିଛନ୍ତି ନୂଆ ଯୋଜନା । ଯିଏ ଏଠାରେ ସମ୍ପତ୍ତି କିଣିବ ସ୍ଥାନୀୟ ସରକାରଙ୍କ ପକ୍ଷରୁ ତା’କୁ ମିଳିବ ୭୧ଲକ୍ଷ ଟଙ୍କା । ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଆୟର୍ଲାଣ୍ଡର ୩୦ ଦ୍ୱୀପପୁଞ୍ଜରେ ପରିତ୍ୟକ୍ତ ସମ୍ପତ୍ତିର ବ୍ୟବହାର ଏବଂ ପୁନଃରୁଦ୍ଧାର କରିବା । ଏହି ଯୋଜନା ଜୁଲାଇ ପହିଲାରୁ ଆରମ୍ଭ ହୋଇଛି । ଯୋଜନା ନିମନ୍ତେ ୩୦ଅଗଷ୍ଟ ପର୍ଯ୍ୟନ୍ତ ପଞ୍ଜୀକରଣ କରାଯାଇପାରିବ । ସେହିପରି ଯେଉଁମାନଙ୍କର ଆୟର୍ଲାଣ୍ଡ୍ ଭିସା ଅଛି ସେମାନେ ପଞ୍ଜୀକରଣ କରିପାରିବେ ।
