ନିରପେକ୍ଷ(ଭୁବନେଶ୍ୱର) ୧୮/௦୭: ପୁଣି ଓଡିଶାକୁ ନେଇ ଚର୍ଚ୍ଚା । ଗରିବି ଆଉ ଦାରିଦ୍ର୍ୟ କୁ ନେଇ ପୁଣି ପ୍ରକାଶ ପାଇଲା ବଡ ତଥ୍ୟ । ତେବେ ଦାରିଦ୍ର୍ୟରେ ନବମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶର ଅଷ୍ଟମ ଗରିବ ରାଜ୍ୟ । ୫ ବର୍ଷରେ ରାଜ୍ୟର ୬୨ ଲକ୍ଷ ୬୨ ହଜାର ଲୋକ ଦାରିଦ୍ର୍ୟରୁ ମୁକୁଳିଥିଲେ ବି ଦେଶର ଦରିଦ୍ର ରାଜ୍ୟ ତାଲିକାରେ ଓଡ଼ିଶା ସ୍ଥିତି ଖରାପ ରହିଛି । ନୀତି ଆୟୋଗର ସଦ୍ୟ ପ୍ରକାଶିତ ଦ୍ବିତୀୟ ସଂସ୍କରଣ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀରୁ ଏହା ଜଳ ଜଳ ଦିଶୁଛି ।
