ନିରପେକ୍ଷ ବ୍ୟୁରୋ : ତେବେ ବସ୍ତୁଶାସ୍ତ୍ର କାହାକୁ କୁହାଯାଏ ? ଯେକୌଣସି ଘରେ କିମ୍ବା ଭବନରେ ପାଞ୍ଚ ଭୁତର ସଠିକ ସନ୍ତୁଳନକୁ ବସ୍ତୁ ଶାସ୍ତ୍ର କୁହାଯାଏ।
ଯଦି ତାକୁ ସରଳ ଭାଷାରେ କହିବା ବସ୍ତୁ ହେଉଛି ଗୋଟିଏ ପ୍ରାଚୀନ ବିଜ୍ଞାନ ,ଯାହାକୁ ପୂର୍ଵ କାଳର ଲୋକମାନ ପ୍ରୟୋଗ କରି ନିଜର ମନ ପସନ୍ଦର ଗୃହ ନିର୍ମାଣ କରୁଥିଲେ। ସଠିକ ବସ୍ତୁ ର ପ୍ରୟୋଗ ଦ୍ୱାରା ଗୃହରେ ସକାରାତ୍ମକ ଶକ୍ତି ର ପ୍ରଚଳ ହୋଇଥାଏ, ଯଦ୍ୱାରା କି ଗୃହରେ ଅବସ୍ଥାପିତ କରୁଥିବା ମନୁଷ୍ୟ ର ଜୀବନଚର୍ଯ୍ୟରେ ଉର୍ଣ୍ଣତି ଆସିଥାଏ।ଆମେ ଯଦି ମୁଖ୍ୟ ଚାରିଟି ଦିଗ ଯାହା କି ପୂର୍ବ, ପଶ୍ଚିମ,ଉତ୍ତର ଏବଂ ଦକ୍ଷିଣ କୁ ଧ୍ୟାନ ରଖି ଘର ନିର୍ମାଣ କରିବା ତେବେ ଗୃହଟି ଗୋଟିଏ ମନ୍ଦିରରେ ପରିଣତ ହୋଇପାରିବ।
ପ୍ରବେଶ ଦ୍ୱାର:-
ଘରର ମୁଖ୍ୟ ଦ୍ୱାରା ବା ପ୍ରବେଶ ଦ୍ୱାର ଗୃହ ର ବସ୍ତୁ ଉପରେ ଆନେକ ଗୃରୁତ୍ବପୁର୍ଣ ପ୍ରଭାବ ପକେଇଥାଏ।
ତେବେ ମହାବାସ୍ତୁ ପୁସ୍ତକ ଅନୁସାରେ ୩୨ଟି ମୁଖ୍ୟ ଦ୍ୱାରା କରିବାର ଆମ ପାଖରେ ଉପାୟ ଅଛି।
ଘରର ମୁଖ୍ୟ ଦ୍ୱାରା ଏ ପରି ଜଗରେ ହେବା ଦରକାର ଯଉଠିକି ସୂର୍ଯ୍ୟ ଉଦୟ ର ପ୍ରଥମ କିରଣ ପଡିବ ଦରକାର ।
ଏଥି ପାଇଁ ପୂର୍ବ ଏବଂ ଉତ୍ତର ଦିଗ ହେଉଛି ସବୁଠାରୁ ଉତ୍ତମ ଜାଗା

ଶୌଚାଳୟ:-
ଯଦି ଆପଣକର ଘରେ ଶୌଚାଳୟ ସଠିକ ଜାଗାରେ ନାହିଁ ,ତେବେ ଗୃହରେ ବାସ କରୁଥିବା ମନୁଷ୍ୟର ମାନସିକ ବିକାଶ ଉପରେ ତାହା ପ୍ରଭାବ ପକେଇଥାଏ।
ଶୌଚାଳୟ ପାଏ ସବୁଠୁ ସଠିକ ଜାଗା ହେଉଛି ଦକ୍ଷିଣ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ ଏବଂ ଶୌଚାଳୟ ଉତ୍ତର-ପୂର୍ବ ରେ ନ ରଖିବା କୁ ବସ୍ତୁ କହିଥାନ୍ତି।
ମହାବାସ୍ତୁ ପୁସ୍ତକ ର କହିବା ଅନୁସାରେ ଉତ୍ତର, ଉତ୍ତର-ପୂର୍ବ ଓ ପୂର୍ବ ରଖିବା ଦରକାର ଏବଂ ଦକ୍ଷିଣ ଓ ପଶ୍ଚିମ ଦିଗରେ ନ ରଖିବା କୁ ପରାମର୍ଶ ଦିଅତି।

ଶୋଇବା ଘର:-
ଘରର ମୁଖ୍ୟଙ୍କ ଶୋଇବା ଘରଟି ଦକ୍ଷିଣ-ପଶ୍ଚିମ ଦିଗରେ ରହିବ ଅତି ଆବଶ୍ୟକ ଏବଂ ଏହାକୁ ମହା ବସ୍ତୁ ମଧ୍ୟ ସହମତି ପ୍ରକାଶ କରତି।
ଏହା ବ୍ୟତୀତ ଗୃହର ବାକି ଶୋଇବା ଘର ଗୁଡିକ କରିବାର ଦିଗ ହେଉଛି ଦକ୍ଷିଣ ଓ ପଶ୍ଚିମ।
ଶୋଇବା ଘର ଗୁଡିକ ଉତ୍ତର-ପୂର୍ବ ରେ କିପରି ନ ହଉ ଆମକୁ ଏହାପ୍ରତି ଧ୍ୟାନ ଦେବାର ଅଛି ।
ଯଦି ଏହିଥିରେ କିଛି ବ୍ୟତିକ୍ରମ ଆସିଥାଏ ତେବେ ବ୍ୟକ୍ତି ବିଶେଷକର ମାନସିକ ଓ ଶାରୀରିକ ଆବସ୍ଥା ଆନେକ ପରିବର୍ତ୍ତନ ଆସିଥାଏ ।

ପାଣିଟାଙ୍କି:-
ଯଦି ଆପଣ ଘର ଛାତ ଉପରେ ପାଣି ଟାଙ୍କି କରୁଛତି ତେବେ ତାହା ବସ୍ତୁ ର ସବୁ ନିୟମ ମାନିବା ଦରକାର।
ତେବେ ବସ୍ତୁ ହିସାବରେ ପାଣି ଟାଙ୍କି ପାଇଁ ସବୁଠୁ ଉପଯୁକ୍ତ ସ୍ଥାନ ହେଉଛି ପଶ୍ଚିମ ଦିଗ।

ପୂଜା ଘର:-
ଗୋଟିଏ ଗୃହରେ ସବୁଠୁ ଗୁରୁତ୍ୱ ପୁର୍ଣ ଜାଗା ହଉଚି ପୂଜା ଘର ଏହା ଘରେ ବସବାସ କରୁଥିବା ବ୍ୟକ୍ତିବିଶେଷ ଉପରେ ମାନସିକ ପ୍ରଭାବ ପକେଇଥାଏ।
ଯଦ୍ୱାରା କି ତା ଭିତରେ ସକାରାତ୍ମକ ଶକ୍ତି ର ପ୍ରଭାବ ହୋଇଥାଏ ଓ ସେ ଭଗବତ ବିଶ୍ୱାସୀ ମଧ୍ୟ ହୋଇଥାଏ।
ପୂଜା ଗୃହ ପାଏ ସବୁଠୁ ଉପଯୁକ୍ତ ସ୍ଥାନ ହେଉଛି ଉତ୍ତର-ପୂର୍ବ।


ପିଲାର ପଢ଼ାଘର:-
ବିଦ୍ୟା ଲାଭ କରୁଥିବା ଛାତ୍ରଛାତ୍ରୀ ପାଇ ଉତ୍ତର ଦିଗରୁ ଆସୁଥିବା ସୂର୍ଯ୍ୟକ କିରଣ ସବୁଠୁ ଉପଯୁକ୍ତ। ସେଥିପାଇଁ ଆମକୁ ଏପରି ଜାଗାରେ ପଢ଼ାଘର ଟିକୁ ଏପରି ଜାଗାରେ କରିବାର ଅଛି ଯାଉଠିକି ପ୍ରଚୁର ପରିମାଣରେ ଉତ୍ତର ଦିଗରୁ ଆସୁଥିବା ସୂର୍ଯ୍ୟ କିରଣ ପଡୁଥିବ।ଏଥିପାଇଁ ଉତ୍ତର ଦିଗ ହଉଛି ସବୁଠାରୁ ସଠିକ ସ୍ଥାନ, ପଢା ଘର ପାଇ ଯାହାକି ପିଲାଟିକୁ ମାନସିକ ଚାପରୁ ଦୁରୀଭୂତ କରେ ଓ ବିଦ୍ୟା ଅଧ୍ୟାୟନ କରି ବାକୁ ଆଗ୍ରହ ବଢାଇଥାଏ।

ରୋଷେଇ ଘର:-
ଗୃହର ରୋଷେଇ ଘର ଯାହାକୁ ଆମେ ହାଣ୍ଡି ଶଳା ମଧ୍ୟ କହିଥାଉ, ଏଥିପାଇଁ ଉପଯୁକ୍ତ ସ୍ଥାନ ହେଉଛି ପୂର୍ବ,ଦକ୍ଷିଣ-ପୂର୍ବ।
ସବୁଠୁ ଗୁରୁତ୍ୱ ପୁର୍ଣ ବିଷୟ ହେଉଛି ରୋଷେଇ ଘର ଏପରି ଜାଗାରେ ହେବ ଦରକାର ଯାଉଠିକି ସକାଳ ର ସୂର୍ଯ୍ୟ କିରଣ ପଡୁଥିବା ଯଦ୍ୱାରା ରାତିରେ ସୂର୍ଷ୍ଟ ହୋଇଥିବା କକ୍ଷତିକରକ ଅଣୁଯିବ ଗୁଡିକ ମୃତୁବାରଣ କରତି ଏବଂ ଆମକୁ ଗୋଟିଏ ପରିସ୍କାର ରୋଷେଇ ଘର ମିଳିଥାଏ।
