ନିରପେକ୍ଷ :ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ସହ ଘଟିଛି ଦୁର୍ଘଟଣା । ହେଲେ ଆଜି ଦୁର୍ଘଟଣା ନୁହେଁ, ଏହି ଏକ୍ସପ୍ରେସରେ ନିଆଁ ଲାଗିଛି । ରାଣୀ କମଲାପତି ରେଲୱେ ଷ୍ଟେସନରୁ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଛି ନିଆଁ । ଟ୍ରେନରେ କୈଥୋରାରେ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି ।

ରେଲୱେର ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ କିଭଳି ଓ କେଉଁ ପରିସ୍ଥିତିରେ ଲାଗିଲା ତାହାର ତଦନ୍ତ କରୁଛନ୍ତି । ଯାତ୍ରୀଙ୍କ କହିବା ଅନୁଯାୟୀ, ଏସି କୋଚ୍ ସି-୧୪ର ବ୍ୟାଟେରୀ ବକ୍ସ ନିକଟରୁ ହଠାତ୍ ଧୁଆଁ ବାହାରିଥିଲା । ପରେ ଟ୍ରେନରେ ନିଆଁ ଲାଗିଯାଇଛି । ଟେକ୍ନିକାଲ ଟ୍ରେନକୁ ଅଟକାଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିଆଁକୁ ଆୟତ୍ତ କରିଥିଲେ । ବନ୍ଦେ ଭାରତ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି ଥିବା ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି ।
