Home Breaking News ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ଆଜି ଚିତାଲାଗି ଅମାବାସ୍ୟାରେ ଶ୍ରୀମନ୍ଦିରରେ ବିଶେଷ ନୀତି ସହ ତିନିଠାକୁରଙ୍କ ହେବ ଚିତାଲାଗି । ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ପରେ ଦାରୁଦିଅଁଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ। ଏହା ଏକ ଗୁପ୍ତ ନୀତି। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚିତାଲାଗି ନୀତି ହେବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ l

➡️୨-ଜୋର୍ ଧରିଲା ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ଦାବି, ଆରମ୍ଭ ହେଲା ୧ ଲକ୍ଷ ଦସ୍ତଖତ ସଂଗ୍ରହ ଅଭିଯାନ l ପରେ ଏକ ଲକ୍ଷ ଲୋକଙ୍କ ଦସ୍ତଖତ ଥାଇ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ।

➡️୩-ଚନ୍ଦ୍ର ଅଭିମୁଖେ ଅଗ୍ରସର ଚନ୍ଦ୍ରଯାନ-୩, ସଫଳତାର ସହ ପୃଥିବୀର ପ୍ରଥମ କକ୍ଷ ପଥକୁ ଅତିକ୍ରମ କଲା ସ୍ପେଶ କ୍ରାଫ୍ଟ । ପୃଥିବୀ କକ୍ଷରେ ୫ଥର ଘୂର୍ଣ୍ଣନ କରିବା ପରେ ଚନ୍ଦ୍ରର କକ୍ଷ ପଥକୁ ଓହ୍ଲାଇବ ।

➡️୪-ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର, ବିଭିନ୍ନ ଶୈବ ପୀଠରେ ଭୋଳାବାବାଙ୍କୁ ଜଳଲାଗି କରିବେ ହଜାର ହଜାର ଭକ୍ତ l

➡️୫-ଜୁଲାଇ ୨୮ରେ ମିଳିବ ପିଏମ୍ କିଷାନର ୧୪ତମ କିସ୍ତି, ତାରିଖ ହେଲା ଘୋଷଣା, ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ।

➡️୬-୨୧ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, ଜୁଲାଇ ୧୮ରୁ ୧୯ ଯାଏଁ ୧୭ ଜିଲ୍ଲାକୁ ହେଲା ୟେଲୋ ୱାର୍ଣ୍ଣିଂ ଜାରି l ଏହି ଦିନ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

➡️୭-ସମ୍ବଲପୁର ଗସ୍ତରେ ୫ଟି ସଚିବ, ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବା ସହ ସମେଲେଇ ପ୍ରକଳ୍ପର କଲେ ସମୀକ୍ଷା l ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି କହିଲେ ଭିକେ ପାଣ୍ଡିଆନ୍ ।

➡️୮-ଅଷ୍ଟ୍ରେଲିଆ ଆକାଶରେ ରାତିର ଆକାଶକୁ ଆଲୋକିତ କଲା ଚନ୍ଦ୍ରୟାନ-୩, ଭାଇରାଲ୍‌ ହେଲା ଫଟୋ l କ୍ୟାମେରାରେ କଏଦ୍‌ କଲେ ଜ୍ୟୋତିର୍ବିଜ୍ଞାନୀ ଡିଲିନ୍ ଓ’ଡୋନେଲ l

➡️୯-ବନ୍ୟା ପ୍ରଭାବିତଙ୍କ ପାଇଁ ୧୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ଏ ନେଇ ଟ୍ୱିଟ୍ କରି ଘୋଷଣା କରିବା ସହ ଯମୁନା କୂଳରେ ରହୁଥିବା ପରିବାର ଲୋକଙ୍କ କ୍ଷତି ପାଇଁ କଲେ ଦୁଃଖ ପ୍ରକାଶ l

➡️୧୦-ଉତ୍ତରପ୍ରଦେଶ ମେରଟର ପରିକ୍ଷିତଗଡ଼ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ଛିଡିପଡିବାରୁ ୬ କାଉଡିଆ ଭକ୍ତଙ୍କ ହେଲା ମୃତ୍ୟୁ, ୫ ଗୁରୁତର l

➡️୧୧-ଗରିବ ବୋଲି କହି ରାକ୍ଷୀ ସାୱନ୍ତଙ୍କ ପାଖରେ କରୁଥିଲା ଡ୍ରାଇଭର ଚାକିରି, ଏବେ କୋଟି କୋଟି ଟଙ୍କା ସହ ଦାମୀ କାର ନେଇ ହେଲା ଫେରାର l

➡️୧୨-ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଯୋଡି ଏବେ ସବୁଠୁ ହିଟ ଯୋଡି। ଦୁହିଁଙ୍କ ଜବରଦସ୍ତ ଅଭିନୟ ଯୋଗୁଁ ଜୁନ୍ ୨୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସତ୍ୟପ୍ରେମ କି କଥା’ ୧୦୦କୋଟି କ୍ଲବରେ ହେଲା ସାମିଲ l

➡️୧୩-କାଶ୍ମୀର ସିନ୍ଧୁ ନଦୀରେ ଖସିଲା ସେନା ଗାଡି, ଫଳରେ ଏଥିରେ ଯାଉଥିବା ୮ଜଣ ସିଆରପିଏଫ୍ ଯବାନ୍ ଆହତ l

➡️୧୪-ଦିଲ୍ଲୀରେ କମିବାରେ ଲାଗିଛି ଯମୁନାର ପାଣି, ଏବେ ବି ସରିନାହିଁ ଦିଲ୍ଲୀବାସୀଙ୍କ ଦୁଃଖ। ରାସ୍ତାରେ ଭରିରହିଛି ପାଣି l

➡️୧୫-ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଗକୁ ଆସିଲେ ୨୯ ଟି ଦଳ l ଆସନ୍ତାକାଲି ଏନଡିଏର ବୈଠକରେ ସମସ୍ତ ୨୯ ଦଳ ହେବେ ସାମିଲ ।

➡️୧୬-ଶେଷରେ କେନ୍ଦ୍ର ଅର୍ଡିନାନ୍ସ ବିରୋଧରେ ଆମ୍‌ ଆଦମୀ ପାର୍ଟିକୁ ସମର୍ଥନ କଲା କଂଗ୍ରେସ, ବାଙ୍ଗାଲୋର ରେ ହେବାକୁ ଥିବା ବିରୋଧୀ ବୈଠକରେ ଯୋଗ ଦେବାକୁ ରାଜି ହେଲା ଆପ୍ l ଆଜି ଏବଂ ଆସନ୍ତାକାଲି ହେବ ବୈଠକ l

➡️୧୭-ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁ ହେଲେ ଅସୁସ୍ଥ l ରାମତଗାନସ୍ଥିତ ଶିବା ମେଡିକାଲ ସେଣ୍ଟର ହସ୍ପିଟାଲରେ ହଲେ ଭର୍ତ୍ତି l

➡️୧୮-Global Warming: ଜାପାନଠାରୁ ଆମେରିକା-ୟୁରୋପ, ଭୀଷଣ ଗରମ ପାଇଁ ସବୁଠି ରେଡ୍ ଆଲର୍ଟ, ୪୦ ଡିଗ୍ରୀରେ ଜଳୁଛନ୍ତି ଲୋକେ l

➡️୧୯-ଐତିହାସିକ ହେବାକୁ ଯାଉଛି ଆସନ୍ତା ୨୦ତାରିଖ ରେ ହେବାକୁ ଥିବା ଭାରତ – ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ l କୁଇନ୍ସ ପାର୍କରେ ଖେଳାଯିବାକୁ ଥିବା ଏହି ମୁକାବିଲା ଦୁଇ ଦଳ ମଧ୍ୟରେ ୧୦୦ତମ ମୁକାବିଲା ହେବ।

➡️୨୦-ଭାରତୀୟ ମହିଳା କ୍ରିକେଟ୍ ଟିମ ଗତକାଲି ବାଂଲାଦେଶଠାରୁ ହେଲା ପରାଜିତ l ବାଂଲାଦେଶ ମହିଳା ଟିମ୍ ପ୍ରଥମ ଥର ପାଇଁ ଭାରତକୁ ହରାଇ ଐତିହାସିକ ବିଜୟ ହାସଲ କରିଛି । ଏହାସହ ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗରେ ରହିଛି ।

➡️୨୧-ଏସୀୟ ଦୌଡକୁଦ ପ୍ରତିଯୋଗିତା, ୧୪ ପଦକ ସହ ୩ୟ ସ୍ଥାନରେ ରହିଲା ଭାରତ l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc