ଅଜିତ୍ ପାୱାରଙ୍କୁ ମିଳିଲା ଅର୍ଥ ବିଭାଗ
ନିରପେକ୍ଷ :ଦୀର୍ଘ ଦିନର ନାଟକ ପରେ ମହାରାଷ୍ଟ୍ର ରାଜନୀତିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଶିବସେନା-ବିଜେପି ସରକାରରେ ସାମିଲ ହୋଇଥିବା ଏନସିପି ନେତା ଅଜିତ୍ ପାୱାରଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ । ଗତ ମାସରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରି ଦଳର ମୁଖ୍ୟ ତଥା ନିଜ ଦାଦା ଶରଦ ପାୱାରଙ୍କ ବିରୋଧରେ କରିଥିଲେ ବିଦ୍ରୋହ । ପରେ ଅଜିତଙ୍କ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଠିଥିଲା ବିବାଦ । ଏହାପରେ ଲାଗିରହିଥିବା ବିବାଦରେ ପଡ଼ିଛି ପୂର୍ଣ୍ଣଚ୍ଛେଦ ଓ ଅଜିତ୍ ଙ୍କୁ ମିଳିଛି ରାଜ୍ୟ ରାଜକୋଷର ଚାବିକାଠି । ସେହିପରି ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଥିବା ୮ଜଣ ଏନସିପି ବିଧାୟକଙ୍କୁ ଶେଷରେ ସେମାନଙ୍କର ବିଭାଗ ବଣ୍ଟନ କରାଯାଇଛି ।
