Home Breaking News ଦେଶ ବିଦେଶର କିଛି ଟପ ବ୍ରେକିଙ୍ଗ ଦେଖନ୍ତୁ

ଦେଶ ବିଦେଶର କିଛି ଟପ ବ୍ରେକିଙ୍ଗ ଦେଖନ୍ତୁ

by Admin
0 comment


➡️୧-ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖୀଣ୍ଡାର ହେବ ବିକାଶ l ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଦେଲେ ଅନୁମୋଦନ, ଖର୍ଚ୍ଚ ହେବ ୬ କୋଟି ୪୧ ଲକ୍ଷ ଟଙ୍କା l

➡️୨-ପ୍ରକାଶ ପାଇଲା ସିୟୁଇଟି(ୟୁଜି) ରେଜଲ୍ଟ l ୨୫୦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ଲାଗି ଏହି ପରୀକ୍ଷାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ ମାଧ୍ୟମରେ କରାଯାଇଥିଲା । ୩୪ ଦିନ ଧରି ୯୩ ସିଫ୍ଟରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ୨୩୦୫ ପ୍ରଶ୍ନପତ୍ରରେ ୧ ଲକ୍ଷ ୪୮ ହଜାର ୫୨୦ ପ୍ରଶ୍ନ ପଡ଼ିଥିଲା ।

➡️୩-ଆଗକୁ ଆସୁଛି ବଡ଼ ବର୍ଷା, ଓଡ଼ିଶାକୁ ଫେରିଛି ମୌସୁମୀ । ୧୯ ତାରିଖ ଯାଏଁ ବର୍ଷା ନେଇ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ l

➡️୪-ମଧ୍ୟପ୍ରାଚ୍ୟରେ ମୋଦୀ ମୋଦୀ: ୟୁଏଇଏକୁ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତ ବେଳେ ଜୋରଦାର ସମ୍ବର୍ଦ୍ଧନା, ବୁର୍ଜଖଲିଫାରେ ଝଲସିଲା ମୋଦୀଙ୍କ ଫଟୋ l

➡️୫-ଲକ୍ଷ୍ୟପଥରେ ଆଗକୁ ବଢ଼ିଚାଲିଛି ଚନ୍ଦ୍ରଯାନ-୩, ପୃଥିବୀଠାରୁ ୪୨ ହଜାର କିଲୋମିଟର ଦୂରରେ କରୁଛି ପରିକ୍ରମା l ସଠିକ୍ ଓ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଚନ୍ଦ୍ରୟାନ-୩, ଟୁଇଟ୍ କରି ସୂଚନା ଦେଲା ISRO l

➡️୬-ଆଗକୁ ଆସୁଛି ଯାତ୍ରା ଋତୁ। ସେଥିପାଇଁ ଆଖଡ଼ା ଶାଳ ହୋଇ ପଡିଛି ଚଳ ଚଞ୍ଚଳ। ନୂଆ ନୂଆ ନାଟକ ପାଇଁ କଳାକାର ହେଉଛନ୍ତି ପ୍ରସ୍ତୁତ।

➡️୭-‘ଭାରତ ଆପଣଙ୍କୁ ପ୍ରକୃତ ବନ୍ଧୁ ରୂପେ ଦେଖେ’, ୟୁଏଇରେ ପ୍ରିନ୍ସ ଶେଖ ଖାଲିଦଙ୍କୁ ଭେଟିବା ପରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ l

➡️୮-ଭାରତ ଓ ଫ୍ରାନ୍ସ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି: ପ୍ୟାରିସରୁ ନୂଆଦିଲ୍ଲୀକୁ ମିଳିବ ୩ଟି ବୁଡ଼ାଜାହଜ, ମେରାଇନ ରାଫେଲକୁ ନେଇ ହୋଇପାରିଲାନି ବୁଝାମଣା l

➡️୯-ଜୟପୁର ବିମାନବନ୍ଦରରେ ଅବତରଣ କରିପାରିଲାନି ବିମାନ; ୬ ରାଉଣ୍ଡ ଚକ୍କର ମାରି ଫେରିଗଲା ଭୁବନେଶ୍ବର l

➡️୧୦-୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ଅଭିଷେକ ବଚ୍ଚନ,ସମାଜବାଦୀ ପାର୍ଟି ତରଫରୁ ଲଢିବା ନେଇ ଚାଲିଛି ଚର୍ଚ୍ଚା l

➡️୧୧-ସୃଜନଶୀଳତା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ଆଇଟିଆଇ ବିଦ୍ୟାର୍ଥୀ ଆଗକୁ ବଢିଲେ ଆଉ ପାଦେ l ରାଜ୍ୟର ପ୍ରଥମ ସୌରଚାଳିତ ଇଲେକ୍ଟ୍ରିକ୍ ବାଇକ୍ ଚାର୍ଜିଂ ଷ୍ଟେସନ୍ କଲେ ପ୍ରତିଷ୍ଠା l

➡️୧୨-ଝାଡଖଣ୍ଡର ଗୋଡଡା ଠାରେ ଭାରତର ପ୍ରଥମ ଆନ୍ତର୍ଜାତୀୟ ୧,୬୦୦ ମେଗାୱାଟ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ କଲା ଆଦାନୀ ଗ୍ରୁପ l ବାଂଲାଦେଶ ହେବ ବିଦ୍ୟୁତ୍ ରପ୍ତାନୀ l

➡️୧୩-କ୍ଷୟକ୍ଷତି ନେଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସୂଚନା l ବର୍ଷାରେ ଅଧିକ କ୍ଷତି ସହିଛି ହିମାଚଳ ପ୍ରଦେଶ: ରାଜ୍ୟ ଅର୍ଥନୀତିକୁ ୮ ହଜାର କୋଟିର ଝଟ୍‌କା ଦେଲା ମୌସୁମୀ l

➡️୧୪-ଏସିଆର ସବୁଠୁ ବଡ଼ ବସ୍ତି ‘ଧାରାଭି’କୁ ନୂଆ ରୂପ ଦେବ ଆଦାନୀ ଗ୍ରୁପ, ମହାରାଷ୍ଟ୍ର ସରକାର ଦେଲେ ମଞ୍ଜୁରୀ l

➡️୧୫-ମୋଦୀ ସରନେମ ମାମଲା: ଗୁଜରାଟ ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଲେ ରାହୁଲ ଗାନ୍ଧୀ l ଦୁଇ ବର୍ଷର ସଜା ଉପରେ ରୋକ ଲଗାଇବାକୁ କରୁଛନ୍ତି ଆବେଦନ l

➡️୧୬-ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି ଚୀନ, ଦୁଇ ଦେଶର ମିଳିତ ପ୍ରୟାଶ ପାଇଁ ୱାଙ୍ଗ ୟିଙ୍ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କଲେ ଅନୁରୋଧ l

➡️୧୭-ମହାରାଷ୍ଟ୍ରର ପୁନେର ଚାଷୀ ତୁକାରାମ ଏବେ ଚର୍ଚ୍ଚାରେ l ବିଲାତି କରିଦେଲା କୋଟିପତି l ମହାରାଷ୍ଟ୍ର ପୁନେ ନାରାୟଣଗଂଜ ଅଂଚଳର ତୁକାରାମ ଭାଗୋଜୀ ଗାୟକର ଏବଂ ତାଙ୍କ ପରିବାର ଏକ ମାସରେ ଟମାଟୋ ବିକ୍ରି କରି ଏକ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର l

➡️୧୮-ନେଜୁଏଲାର ଲୋକପ୍ରିୟ ବଡିବିଲ୍ଡର ଗଷ୍ଟାଭୋଙ୍କ ପରଲୋକ, ସେ ୫୦ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ l

➡️୧୯-ଦିନିକିଆ ବିଶ୍ୱକପରେ କମବ୍ୟାକ କରିବେ ଶିଖର ଧୱନ, ଏସିଆନ ଗେମ୍ସରେ ସୁଯୋଗ ଦେଲାନି BCCI l ତେବେ ଦଳରେ ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦିଆଯାଇଥିବା ବେଳେ ଦଳର ନେତୃତ୍ୱ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କୁ ମିଳିଛି l

➡️୨୦-ପ୍ରଥମ ଥର ୱିମ୍ବଲଡନ୍ ଜିତିଲେ ମାର୍କେଟା ଭୋଣ୍ଡ୍ରୋସୋଭା, ଫାଇନାଲରେ ଓନ୍ସ ଜେବ୍ୟୁରଙ୍କୁ ହରାଇଲେ l ଯେକୌଣସି ଗ୍ରାଣ୍ଡ ସ୍ଲାମରେ ଏହା ତାଙ୍କର ପ୍ରଥମ ଟାଇଟଲ । ଭୋଣ୍ଡ୍ରୋସୋଭା ନିଜ ପ୍ରତିଦ୍ୱନ୍ଦ୍ୱୀ ଜେବ୍ୟୁରଙ୍କୁ ସିଧା ସେଟ୍ ୬-୪, ୬-୪ରେ ହରାଇଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc