ନିରପେକ୍ଷ :ଆରମ୍ଭ ହୋଇଛି ଭାରତ-ୱେଷ୍ଟେଣ୍ଡିଜ୍ ଟେଷ୍ଟ୍ ସିରିଜ୍ । ଏହି ମ୍ୟାଚ୍ ୱେଷ୍ଟେଣ୍ଡିଜ୍ରେ ଖେଳାଯାଉଥିବା ବେଳେ ପ୍ରଥମରୁ ହିଁ ଚିତ୍ପଟାଙ୍ଗ ମାରିଛି ଘରୋଇ ଦଳ । ୱେଷ୍ଟେଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚରେ ବାଜିମାରିନେଇଛି ଟିମ୍ ଇଣ୍ଡିଆ । ଗୋଟିଏପାଳି ଏବଂ ୧୪୧ରନର ବିଶାଳ ବ୍ୟବଧାନରେ ୱେଷ୍ଟେଣ୍ଡିଜ୍କୁ ଧୁଳି ଚଟାଇଛି ଭାରତ । ମାତ୍ର ୩ଦିନରେ ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ ।

ସେହିପରି ନିଜର ଡେବ୍ୟୁ ମ୍ୟାଚରେ ଶତକ ମାରିଥିବା ଜସଶ୍ୱୀ ଜୟସ୍ୱାଲ ନିଜ ବ୍ୟାଟିଂର କମାଲ ଦେଖାଇବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଛନ୍ତି । ସିରିଜର ପ୍ରଥମ ଟେଷ୍ଟ୍ ରେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଘରୋଇ ଟିମ୍ । ହେଲେ ମ୍ୟାଚର ପ୍ରଥମ ଦିନରେ ହିଁ ୱେଷ୍ଟେଣ୍ଡିଜର ବ୍ୟାଟିଂରେ ବିପର୍ଯୟ ଘଟିଥିଲା ।

ୱେଷ୍ଟେଣ୍ଡିଜ୍ ଟିମ୍ ପ୍ରଥମ ଇନିଂସରେ ୧୫୦ରନରେ ଅଲଆଉଟ୍ ହୋଇଯାଇଥିବା ବେଳେ ମଝଭୁତ ସ୍ଥିତିରେ ରହିଥିଲା ଟିମ୍ ଇଣ୍ଡିଆ । ଅଶ୍ୱିନୀ ଏବଂ ଜାଡୋଜାଙ୍କ ବୋଲିଂର ମୁକାବିଲା କରିନପାରି ଧରାଶାୟୀ ହୋଇଯାଇଥିଲା ୱେଷ୍ଟେଣ୍ଡିଜ୍ ଟିମ୍ । ଭାରତ ପ୍ରଥମ ଇନିଂସରେ ୪୨୧ ରନର ବିଶାଳ ସ୍କୋର ପାଳି ଘୋଷଣା କରିଥିଲା । ସେହିପରି ଇଣ୍ଡିଜ୍ ଦଳ ପ୍ରଥମ ଇନିଂସରେ ପରି ଦ୍ୱିତୀୟ ଇନିଂସରେ ବି ଭାରତୀୟ ବୋଲରଙ୍କ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲା ଘରୋଇଦଳ ।
