Home news ଆଜିର ତାଜା ଖବର

ଆଜିର ତାଜା ଖବର

by Admin
0 comment

୧- ସଫଳତାପୂର୍ବକ ଲଞ୍ଚ ହେଲା ଚନ୍ଦ୍ରଯାନ-୩, ସିନେମାଠୁ ଆରମ୍ଭ କରି କ୍ରୀଡ଼ା ଜଗତ ସବୁଠୁ ଛୁଟୁଛି ଶୁଭେଚ୍ଛା।

୨- ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୧୨୫ କୋଟି, ୨୦୦୦ ସଭାଗୃହ , ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିସ୍ଥାପନ।

୩- ନିଜକୁ ଜଣେ ସଫେଇକର୍ମୀ ବୋଲି କହି ଗଣମାଧ୍ୟମରେ ବାରମ୍ବାର ଭାବପ୍ରବଣ କାର୍ଡ ଖେଳୁଛନ୍ତି ଆଲୋକ : ଜ୍ୟୋତି ମୌର୍ଯ୍ୟ ।

୪- ୟୁସିସି ଉପରେ ନିଜର ମତ ଦେବାକୁ ଆଉ ୨ ସପ୍ତାହ ସମୟ ଦେଲେ ଲ କମିଶନ, ଜୁଲାଇ ୨୮ ତାରିଖ ମଧ୍ୟରେ ପରାମର୍ଶ ଦେବେ ଜନତା।

୫- ଦିଲ୍ଲୀରେ ଚାଲୁ ହେଲା ଓଖଲା ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, tweet କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।

୬- ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଆଉ ଏକ ଚିତାର ମୃତ୍ୟୁ । ଗତ ୪ ମାସ ମଧ୍ୟରେ ପ୍ରାଣ ହରାଇଲେଣି ୮ ଚିତା ବାଘ।

୭- ଅସନ୍ତୋଷ ଭିତରେ ସମ୍ପ୍ରସାରଣ ହେଲା ମହାରାଷ୍ଟ ମନ୍ତ୍ରୀମଣ୍ଡଳ । ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ।

୮- ଫ୍ରାନ୍ସ ଜାତୀୟ ଦିବସ ପରେଡ଼ରେ ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ୧୪ବର୍ଷ ପରେ ପ୍ୟାରିସରେ ପରେଡ଼ କଲେ ଭାରତର ୩ ସେନା।

୯- ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମାରେ ବୃଦ୍ଧି କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା କହିଛନ୍ତି।

୧୦- ଗତ ୬ ଦିନ ଧରି ଉତ୍ତର ଭାରତରେ ଲାଗି ରହିଥିବା ବର୍ଷା ବିପର୍ଯ୍ୟୟ ଆଣିଛି। ବର୍ଷା ଓ ବନ୍ୟା ପାଇଁ ଉତ୍ତର ଭାରତରେ ମୃତ୍ୟୁସଂଖ୍ୟା ୧୪୫ ଟପିଯାଇଛି।

୧୧- ଏବେ ଫ୍ରାନ୍ସରେ ବି ଟଙ୍କାରେ ପେମେଣ୍ଟ କରିହେବ, ଭାରତ ସହ ସହଭାଗିତା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc