Home Breaking News ନଜର ପକାନ୍ତୁ ବର୍ତ୍ତମାନର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ବର୍ତ୍ତମାନର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

ନିରପେକ୍ଷ :ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି। ମୁମ୍ବଇ ପୁଲିସ ସୂଚନାନୁସାରେ, ଯଦି ପାକିସ୍ତାନୀ ନାଗରିକ ସୀମା ହାଇଦର ପାକିସ୍ତାନକୁ ନଫେରନ୍ତି ତେବେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେବାକୁ ଫୋନ୍‌ କରିଥିବା ବ୍ୟକ୍ତି ଧମକ ଦେଇଛନ୍ତି। ମୁମ୍ବଇ ପୁଲିସ ଓ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛନ୍ତି।

ୟୁସିସିକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ: ଏହା ଦେଶର ବିଭାଜନ ସୃଷ୍ଟି କରିବା ସହ ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବ ବୋଲି କହିଲେ ଷ୍ଟାଲିନ୍ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ୱାଲିୟର ଗସ୍ତ ସମୟରେ ତାଙ୍କ ସୁରକ୍ଷାରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଥିବା ହାଇ ସିକ୍ୟୁରିଟି ଜୋନରେ ଦୁଇ ଜଣ ମୁଖାପିନ୍ଧା ବାଇକ୍ ଆରୋହୀ ପ୍ରବେଶ କରିଥିବା ସୂଚନା ମିଳିଛି ।

ଦେଶରେ ଶାରୀରିକ ସମ୍ପର୍କ ପାଇଁ ସହମତି ବୟସ ଉପରେ ପୁନର୍ବିଚାର କରିବା ସମୟ ଆସିଛି, ବମ୍ୱେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ।

ଭୁବନେଶ୍ବରର ଘର ମାଲିକଙ୍କୁ ବିଏମସିର ତାଗିଦ୍: ରହିବା ଘରେ ବ୍ୟବସାୟ କରୁଥିଲେ ଗଣିବେ ତଣ୍ଡ ।

ଫ୍ରାନ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଦୁଇ ଦେଶ ମଧ୍ୟରେ ସ୍ଵାକ୍ଷର ହେବ ବହୁ ବୁଝାମଣା ।

ବାପାପୁଅଙ୍କୁ ଏକାଠି କଲା ଆଧାରକାର୍ଡ। ନାବାଳକର ପରିଚିୟ ଦେଲା ଟିପ ଚିହ୍ନ, ପୁଅକୁ ପାଇ ଭାବବିହ୍ୱଳ ହେଲେ ବାପା ।
କେନ୍ଦୁଝର ତେଲକୋଇ ସ୍ଥିତ ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ ।

ସାଇବର ନିରାପତ୍ତା ଆନ୍ତର୍ଜାତିକ ସୁରକ୍ଷାର ଅପରିହାର୍ଯ୍ୟ ବିଷୟ : ଅମିତ ଶାହା ।

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲା । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ପାଇଁ ହାଇକୋର୍ଟଙ୍କ ନିର୍ଦେଶ.. ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାରେ ପୂର୍ଣ୍ଣଚ୍ଛେଦ ପାଇଁ ନିର୍ଦେଶ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ଉପରେ ଅପମାନଜନକ ମନ୍ତବ୍ୟ ମାମଲା.. ଅରବିନ୍ଦ କେଜ୍ରିୱାଲ, ସଞ୍ଜୟ ସିଂଙ୍କୁ ଜୁଲାଇ ୨୬ରେ ଅଦାଲତରେ ହାଜର ହେବାକୁ ନିର୍ଦେଶ.. ନିର୍ଦେଶ ଦେଲେ ଅହମ୍ମଦାବାଦ କୋର୍ଟ ।

ନବ ଦାସ ହତ୍ୟା ମାମଲା.. ଜେଏମଏଫସିରେ ହାଜର ହେଲା ଅଭିଯୁକ୍ତ ଗୋପାଳ ଦାସ ।

ସେତୁ ଯୋଜନା: ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି ।

ଫ୍ରାନ୍ସ ଠାରୁ ୨୬ ରାଫେଲ୍‌ ଯୁଦ୍ଧ ବିମାନ ଓ ୩ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ ।

ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସବୁ କିଛି ଠିକଠାକ୍ ଚାଲିଲେ ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩।

୭୦୦ ଅନ୍ତର୍ଜାତୀୟ ୱିକେଟ ପୂରଣ କଲେ ଅଶ୍ବିନ ।

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ରବିବାର ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ଓଡ଼ିଶାରେ ସକ୍ରିୟ ହେବ ମୌସୁମୀ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc