ନିରପେକ୍ଷ(ମୟୁରଭଞ୍ଜ) :କି ଯୁଗ ହେଲାଣି । ଆଖି କଣ ସବୁ ଦେଖୁଚି । ସତ ପ୍ରମାଣିତ ହେଉଛି କି ମାଳିକା ବଚନ। ମଣିଷ ଖାଉଛି ମଣିଷ ମାଂସ। ଶବ ସଂସ୍କାର ପାଇଁ ମଶାଣି ଯାଇଥିବା ବେଳେ ଅଧାପୋଡ଼ା ଶବର ମାଂସ କାଢି ୨ ଜଣ ଖାଉଥିବା ଦେଖିଲେ ଉପସ୍ଥିତ ଥିବା ଅନ୍ୟମାନେ। ଯାହା ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହ ଉତ୍ତେଜନା ଦେଖାଦେବା ସାଙ୍ଗକୁ ମଣିଷ ମାଂସ ଖାଉଥିବା ୨ଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ।

ପରେ ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜୁଇରେ ଜଳୁଥିବା ଅଧାପୋଡ଼ା ଶବର ମାଂସ ଖାଉଥିବା ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ। ଏ ଘଟଣାକ୍ରମକୁ ବିଚାରକୁ ନେଲେ ମଣିଷ ଭୁଲିଗଲା ନୈତିକତା ଆଉ ମାନବିକତା ।ନିଶାରେ ମଣିଷ ଯେ ଏତେ ତଳକୁ ଖସିଯିବ ତାହା ଅନୁମାନ କରିବା ଅସମ୍ଭବ। ନିଶାରେ ଚୂର୍ ହେଇ ମଣିଷ ଖାଉଛି ମଣିଷ ମାଂସ। ଜୁଇରେ ଜଳୁଥିବା ମୃତଦେହର ଅଧାପଡ଼ା ମାଂସ ଆଣି ଖାଇଲେ ଦୁଇ ନିଶାସକ୍ତ ମଣିଷ। ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁରବନ୍ଧସାହିରେ।
