ନିରପେକ୍ଷ(ଭୁବନେଶ୍ୱର) :ଆଗକୁ ଆସୁଛି ବଡ ବର୍ଷା , ହେବ ମୁଷଳ ଧାରାରେ ବର୍ଷା, ୧୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଘନିଭୁତ ହୋଇ ନେଇପାରେ ଲଘୁଚାପର ରୂପ। ଲଘୁଚାପ ସୃଷ୍ଟି ପାଇଁ ଅନୁକୂଳ ହୋଇଛି ପାଗ। ପରବର୍ତ୍ତୀ ସମୟରେ ଅବପାତରେ ପରିଣତ ସମ୍ଭାବନା। ପ୍ରଭାବରେ ଓଡିଶାରେ ବଢିବ ବର୍ଷାର ପରିମାଣ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ୧ ଜୁନ ରୁ ଆଜି ୧୩ ଜୁଲାଇ ମଧ୍ୟରେ ୨୪୩.୯ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବର୍ଷା ୩୩୪.୪ ମିମି ତୁଳନାରେ ୨୭ ପ୍ରତିଶତ କମ ହୋଇଛି ।
