Home news ସକାଳ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ସକାଳ ର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ସୃଷ୍ଟି କରିଛନ୍ତି। ଏଥିମଧ୍ୟରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦବୀ ରହିଛି। 

ଚର୍ଚ୍ଚାରେ ବେଙ୍ଗାଲୁରୁର ଠକ ବର: ପରିଚୟ ଓ ବେଶ ବଦଳାଇ ୧୦ ବର୍ଷରେ କରିଛି ୧୫ ବିବାହ ।

ବାହାନଗା ଟ୍ରେନ ଟ୍ରାଜେଡି: ସରିଲା ରିମାଣ୍ଡ ଅବଧି, କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ ।

ଆଖିଧରା ସ୍ଥିତି ବିଗିଡ଼ିଲେ ଜାରି ହୋଇପାରେ ମାର୍ଗଦର୍ଶିକା: ଜନସ୍ୱାସ୍ଥ୍ୟ ନିର୍ଦେଶକ ।

ED ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ, କେନ୍ଦ୍ରକୁ ସୁପ୍ରିମକୋର୍ଟ ଝଟକା ।

ଉଚ୍ଚଶିକ୍ଷା ପାଇଁ ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା: ମୁଖ୍ୟମନ୍ତ୍ରୀ ।

ପଶ୍ଚିମବଙ୍ଗ ହିଂସା ରାଜ୍ୟ ପ୍ରାୟୋଜିତ ହତ୍ୟାକାଣ୍ଡ ଛଡା ଆଉ କିଛି ନୁହେଁ: ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

ସ୍ତ୍ରୀ କେବଳ ସ୍ୱାମୀଙ୍କ ସାହାଯ୍ୟକାରୀ ନୁହେଁ, ତାଙ୍କର ନିଜ ସ୍ୱପ୍ନ ପୂରଣ କରିବାର ସମାନ ଅଧିକାର ଅଛି: ଦିଲ୍ଲୀ ହାଇକୋର୍ଟ ।

ରିଲିଜ୍ ହେଲା ‘ଓଏମଜି-୨’ର ଦମଦାର ଟିଜର, ଲୋମଟାଙ୍କୁରି ଦେଲା ଅକ୍ଷୟଙ୍କ ଏଣ୍ଟ୍ରି ।

ନେପାଳ ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ୟରେ ୫ ମେକ୍ସିକୋ ନାଗରିକ ।

ଆନନ୍ଦ ବଜାରରେ ବାହାର ବ୍ୟକ୍ତି ବିକ୍ରି କରିପାରିବେନି ମହାପ୍ରସାଦ ଓ ସୁଖିଲା ଭୋଗ: ବାହାର ବ୍ୟକ୍ତି ଅବଢା ବିକିଲେ ଥାନାରେ ଏତଲା ସହ ହେବ କାର୍ଯ୍ୟାନୁଷ୍ଠାନ ।

ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଉପରେ ଅନୁଚିତ ମନ୍ତବ୍ୟ ଦେଇଥିବାରୁ ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା ଚେତନା (ଇସ୍କନ) ମଙ୍ଗଳବାର ଏକ ବିବୃତି ଜାରି କରି ସେମାନଙ୍କର ଅନ୍ୟତମ ସାଧୁ ଅମୋଘ ଲୀଲା ଦାସଙ୍କୁ ନିଷିଦ୍ଧ କରିଛି।

କାଳହେଲା ନଦୀରେ ଗାଧୋଇବା, କୁଆଖାଇରେ ବୁଡ଼ି ୨ ମୃତ, ଜଣେ ନିଖୋଜ ।

ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ବଢ଼ିଲା ଚିନ୍ତା: ପାଣି ଅଭାବରୁ ବିଭିନ୍ନ ସ୍ଥାନରେ ଜମି ଫାଟି ଆଁ।

୧୫ ବର୍ଷରେ ଭାରତରେ ୪୧.୫ କୋଟି ଲୋକେ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି: ୟୁଏନ୍ ରିପୋର୍ଟ।

ଟ୍ରେନ୍ ଟ୍ରାଜେଡି: ପୁଣି ୪ଦିନ ରିମାଣ୍ଡରେ ଅଭିଯୁକ୍ତ, ଷଡଯନ୍ତ୍ର ନା ଅବହେଳା କାରଣ ଖୋଜୁଛି ସିବିଆଇ ।

ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତି ପୀଠର ବିକାଶ କରାଯିବ, ତାଳଚେର ମେଡିକାଲ୍ କଲେଜ ପବିତ୍ର ମୋହନଙ୍କ ନାମରେ ନାମିତ ହେବ ।

ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତାର ମୃତ୍ୟୁ, ଘଣ୍ଟା ଘଣ୍ଟା ଧରି ରହିଥିଲା ଅଚେତ ।

ବିଶ୍ୱର ଦ୍ୱିତୀୟ ମହାଶକ୍ତି ହେବ ଭାରତ। ଗୋଲଡମ୍ୟାନ ସ୍ୟାଚସର ଆକଳନ, ୨୦୭୫ରେ ଆମେରିକାକୁ ଟପିଯିବ ଦେଶ ।

ବଦଳିଲା ପାଗ,୧୪ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ।

ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ; ଜନ ଅଭିଯୋଗ ଶୁଣାଣିକୁ ଅଗ୍ରାଧିକାର ଦିଅ ।

GST କାଉନସିଲରେ ବଡ଼ ନିଷ୍ପତ୍ତି, ଅନଲାଇନ୍ ଗେମିଂ ଉପରେ ୨୮% ଟ୍ୟାକ୍ସ, କ୍ୟାନ୍ସରର ଇମ୍ପୋଟେଡ୍ ଔଷଧ ଏବେ ଟିକସ ମୁକ୍ତ ।

ଚନ୍ଦ୍ରଯାନ-୩ ଲଞ୍ଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଭାରତର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳତା ନେଇ ଆଶାବାଦୀ ଅଛି ଇସ୍ରୋ  ।

ଦିଲ୍ଲୀ ପୁଲିସର ୧୦୦୦ ପୃଷ୍ଠାର ଚାର୍ଜସିଟ୍ : କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ।

ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା: ୨ ମାସ ସମୟ ନେଲେ ରାଜ୍ୟ ସରକାର ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc