ନିରପେକ୍ଷ(ବ୍ୟୁରୋ) : ବିବାହ କୁ ନେଇ ଯୁବପିଢ଼ି ଖୁବ ଉତ୍ସାହିତ,ଉତ୍ତମ ଜୀବନ ସାଥି ପାଇଁ ତଥା ବିବାହ ପାଇଁ ଯୁବ ପିଢ଼ି ନିଜର ସୋସିଆଲ ମିଡିଆର ସାହାଯ୍ୟ ନେଉଥିବା ଅନେକ ଖବର ସାମ୍ନାକୁ ଆସୁଛି। ଏହି ସୋସିଆଲ ମିଡିଆ ମାଧ୍ୟମରେ ଗଢ଼ି ଉଠିଥିବା ସମ୍ପର୍କ କେତେବେଳେ ଚିରସ୍ଥାୟୀ ତ କେତେବେଳେ ଠକାମିର କାରଣ ପାଲଟିଥିବା ଦେଖିବାକୁ ମିଳେ। ତେବେ ଅତି ପରିଚିତ ଆପ୍ଲିକେସନ ମାଟ୍ରିମୋନି ସାଇଟକୁ ନେଇ ପୁଲିସ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।
