ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ,ବାହାନଗା ରେଳ ଦୁର୍ଘଟଣା ରେ ଆଜି ସିଗ୍ନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ସରୁଥିବାବେଳେ ଗତକାଲି ଆଉ ଦୁଇ ରେଳ କର୍ମଚାରୀଙ୍କୁ ବାହାନଗାରେ ସିବିଆଇର ପଚରାଉଚରା ସନ୍ଦେହ ବଢାଇଛି । ପୂର୍ବରୁ ସମନ କରିଥିବା ଦୁଇ ଅଧିକାରୀଙ୍କୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସିବିଆଇ ଜେରା କରିଥିବା ସୂଚନା ମିଳିଛି ।
