ନିରପେକ୍ଷ : ବାସ୍ତୁ ଶାସ୍ତ୍ର ରେ ଅନେକ ବିଷୟରେ ଉଲ୍ଲେଖ କରାଯାଇଛି ,ଅନେକ ନୀତି ନିୟମ ପାଳନ କଲେ ଜୀବନରେ ସୁଖ ସମୃଦ୍ଧି ଆସିଥେ ବୋଲି ବିଶ୍ୱାସ ମଧ୍ୟ ରହିଛି ,ତେବେ ବେପାର ବଣିଜ ବିଷୟରେ ଅନେକ କଥା ଉଲ୍ଲେଖ କରାଯାଇଛି ,ଅନେକ ସମୟରେ ବେପାର ବଣିଜରେ ମାନ୍ଦାବସ୍ତା ଦେଖାଦେଇଥାଏ ଆସନ୍ତୁ ଜାଣିବା ସେ ସବୁର ମୁଖୀର ବାଟ , ସବୁରୁ ପ୍ରଥମ ଉପାୟ ଅନୁସାରେ ନିଜ ଦୋକାନ ରେ ବିକ୍ରି ହେଉଥିବା ଜିନିଷ ରଖିବା ପାଇଁ ଯେଉଁ ଥାକ , ଆଲମାରୀ, ସୋକେଶ୍, କ୍ୟାସ୍ କାଉଣ୍ଟର ରଖିବେ ତାହା ସବୁବେଳେ ଉତ୍ତର ପଶ୍ଚିମ ଦିଗରେ କରନ୍ତୁ ।

ଏ ଦିଗ ରେ ବେପାର ରେ ଲାଭ ହୋଇଥାଏ । ପଇସା ଦାମୀ ଜିନିଷ ଉତ୍ତର ଦିଗରେ ଆଲମାରୀ ରେ ରଖନ୍ତୁ । ବାସ୍ତୁ ଅନୁସାରେ ଆକାଉଣ୍ଟ ଡିପାର୍ଟମେଣ୍ଟ ସବୁବେଳେ ଦକ୍ଷିଣ ପୂର୍ବ ଓ ରିସେପ୍ସନଙ୍କ ଜାଗା ସବୁବେଳେ ଉତ୍ତର ପୂର୍ବରେ ହେବା ଉଚିତ । କାମ କରିବା ପାଇଁ ସବୁବେଳେ ଆୟତାକର ମେଜ ବନାନ୍ତୁ । ମନ୍ଦିର ପାଖରେ ଆପଣଙ୍କ ପୀଠ କେବେବି ହେବା ଅନୁଚିତ ।
