ନିରପେକ୍ଷ(ଭୁବନେଶ୍ବର) : ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖୁସି ଖବର ,ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଟି- ସାର୍ଟ, ଜୋତା । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଏହି ଡ୍ରେସ । ଉଭୟ ସରକାରୀ ଓ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମିଳିବ। ୫୫୦ ଟଙ୍କାର ଯୋଡା ୟୁନିଫର୍ମ, ହଳେ ଜୋତା, ୨ଟି ମୋଜା ମିଳିବ । ଜୋତାର ମୂଲ୍ୟ ୨ ଶହ ଟଙ୍କା ରହିଥିବା ବେଳେ ମୋଜା ସହ ୧୨୫ଟଙ୍କାର ଟି- ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଟ୍ରାକ ପ୍ୟାଣ୍ଟ ମିଳିବ । ଜଣେ ଛାତ୍ରଛାତ୍ରୀଙ୍କ ଡ୍ରେସ ପାଇଁ ମୋଟ ୧ ହଜାର ଟଙ୍କା ଖର୍ଚ୍ଚହେବ । ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ, OSEPA ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି। ଏଥିସହ ମୋ ଅଭିଯାନ ପରିଚାଳନା ସଙ୍ଗଠନକୁ ମଧ୍ୟ ଏ ନେଇ ଚିଠି ହୋଇଛି।
