ନିରପେକ୍ଷ(ନୂଆଦିଲ୍ଲୀ) ୧୦।୦୭ : ଆଜିକାଲି ପ୍ରାୟ କାମରେ ପ୍ୟାନ କାର୍ଡ ଆଉ ଆଧାର କାର୍ଡ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ତେବେ ଏହି ଦୁଇ ଡକ୍ୟୁମେଣ୍ଟ ଲିଙ୍କ କରାଯିବାର ସମୟସୀମା ଏବେ ଶେଷ ହୋଇଛି । ଯେଉଁମାନେ ଜୁନ୍ ୩୦ ସୁଦ୍ଧା ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିଥିବେ କେବଳ ସେମାନଙ୍କର ପାନ୍ କାର୍ଡ ବୈଧ ହେବ । ଆଉ ଯଦି କେହି ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିନାହାନ୍ତି ତେବେ ଏହା ଅବୈଧ ଅଟେ ।

ପାନ୍ କାର୍ଡ ବିନା ITR ଫାଇଲ୍ କରିବା କଷ୍ଟକର । ତେବେ ଯଦି ITR ଦାଖଲ କରା ନ ଯାଏ ତେବେ ଜରିମାନା ଦେବାକୁ ପଡିବ । ନିଷ୍କ୍ରିୟ ପାନ କାର୍ଡଧାରୀ ୬ ହଜାର ଜରିମାନା ଦେବାକୁ ପଡିବ । ଆଇଟିଆର୍ ପେନାଲ୍ଟି ୫ ହଜାର ଟଙ୍କା ଓ ପାନ ଆଧାର ଲିଙ୍କ ପାଇଁ ୧୦୦୦ ଟଙ୍କା ଦେବାକୁ ପଡ଼ିବ । ଜରିମାନା ଦେବା ପରେ ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ଚାହୁଁଛନ୍ତି, ତେବେ ପାନ୍ କାର୍ଡକୁ ପୁନଃ ସକ୍ରିୟ କରିବାକୁ ପଡିବ । ଆଉ ଏଥିପାଇଁ ଲାଗିବ ପ୍ରାୟ ୩୦ ଦିନ ।
