ଆପଣ ଜାଣି ଥିବେ ନିକଟରେ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବା helth CARD କଥା ହେଉ । ଏହାକୁ ଆବେଦନ ପାଇଁ ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ଖୋଲାଯାଇଛି। ଆପଣ ମାନଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ପାଇଁ ଅ ନ ଲାଇନରେ ଆବେଦନ କରିଭାକୁ ପଡିବ । ତେବେ ଏହି ଅ ନ ଲାଇନ ଆବେଦନ ପାଇଁ ଅନେକ ବନ୍ଧୁ ଫୋନ କରୁଛନ୍ତି। ଏଥିପାଇଁ ଏଠାରେ କିଛି ଆପଣ ମାନଙ୍କୁ ଟିପସ । ଯାହାକି ଆପଣଙ୍କୁ ଏହା ଆବେଦନ କରିବାକୁ ସୁବିଧା ହେବ।

କିପରି ଆବେଦନ କରିବେ :
★ଅନ ଲାଇନ କରିବା ପୂର୍ବରୁ ପ୍ରଥମେ କଣ କଣ ରେଡି କରିବେ ଜାଣି ରଖନ୍ତୁ :
୧. ପ୍ରଥମେ ଆପଣଙ୍କର ମାଟ୍ରିକ ସାରିଫିକେଟ, ଶିକ୍ଷାଗତ ଯୋଗ୍ୟତାର ସାରିଫିକେଟ, ଆଧାର କାର୍ଡ ଉଭୟ ପାର୍ଶ୍ଵ ଗୋଟିଏ ପୃଷ୍ଠା ଲେଖାଏଁ (ଆପଣ, ଆପଣଙ୍କର ପତ୍ନୀ /ସ୍ୱାମୀ ଓ ସମସ୍ତ ପିଲାଙ୍କର ଆଧାର), ପ୍ରେସ ଆଇ କାର୍ଡ, ଡିଆଇପିଆରଓ ଚିଠି ବା ନିଯୁକ୍ତି ପତ୍ରକୁ ସ୍କାନିଂ କରି ଗୋଟିଏ ଫୋଲଡର ରେ ରଖନ୍ତୁ ।
୨.ଧ୍ୟାନ ଦେବେ ପ୍ରତେକ ସ୍କାନିଂ ଫାଇଲ PDF format ରେ ହେବ ଓ ଯେପରି ପ୍ରତେକ ଫାଇଲ ଡ଼କ୍ୟୁମେଣ୍ଟ 2MB ମଧ୍ୟରେ ସୀମିତ ରହିବ।
- ଆପଣ ତଥା ଆପଣଙ୍କ ପତ୍ନୀ ବା ସ୍ୱାମୀ , ଆପଣଙ୍କ ପୁଅ ଓ ଝିଅ ମାନଙ୍କ ଅର୍ଥାତ ଆପଣଙ୍କ ଉପରେ ନିର୍ଭରଶୀଳ ପ୍ରତେକଙ୍କ (ବାପା ଓ ମା ନୁହଁ) ପାସପୋର୍ଟ ଫୋଟୋ ଗୁଡିକୁ ଅଲଗା ଅଲଗା କରି (soft copy ) Jpg format ରେ (ଯେପରି ପ୍ରତେକ ଫଟୋ ଫାଇଲ 100KB ମଧ୍ୟରେ ସୀମିତ ରହିବ) ଅଲଗା ଅଲଗା ଫାଇଲ ନାଁ ରଖିବେ।
● ତା ପରେ ଅ ନ ଲାଇନ କୁ ଆରମ୍ବ କରନ୍ତୁ । - https://owjws.odisha.gov.in ରେ କ୍ଲିକ କରନ୍ତୁ ।
- କ୍ଲିକ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଥିବା odisha working journalist welfare scheme application ବୋଲି ସ୍କ୍ରିନ ଆସିବ । 1.ବାମ ପାଖରୁ ପ୍ରଥମ ବା Aapply for Gopabandhu swasthya Bima yojana ଉପରେ କ୍ଲିକ କରନ୍ତୁ ।
୪. ପରେ ସ୍କ୍ରିନ୍ ଆପଣ ଯଦି BSKY ଯୋଜନାରେ ଅନ୍ତର୍ଭୁକ୍ତ ତେବେ yes ଯଦି ନୁହଁ ତେବେ No କ୍ଲିକ କରନ୍ତୁ
5.ଧ୍ୟାନ ଦିଅନ୍ତୁ ଯଦି ଆପଣ BSKY ଅନ୍ତର୍ଭୁକ୍ତ ବା yes କ୍ଲିକ କରନ୍ତି ତେବେ ଆପଣ ଏହି ସ୍ୱାସ୍ଥ୍ୟ ଯୋଜନାରେ ଅଯୋଗ୍ୟ ଓ ଆବେଦନ କରିପାରିବେ ନାହିଁ ।
◆ ଏହା ପରେ ସ୍କ୍ରିନ ରେ ଗୋଟିଏ ଧାଡି ବା ଗାରରେ ୪ଟି ଭାଗ (ଗୋଲ ଗୋଲ) ଦେଖିବାକୁ ମିଳିବ