Home Uncategorized ଦିନର କିଛି ଟପ ବ୍ରେକିଙ୍ଗ ଖବର

ଦିନର କିଛି ଟପ ବ୍ରେକିଙ୍ଗ ଖବର

by Admin
0 comment


➡️୧-ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବିଭିନ୍ନ ନଦୀ ଘାଟରୁ ପାଣି ଉଠାଇ କାଉଡ଼ିଆମାନେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରିବେ।

➡️୨-ଓଡ଼ିଶାକୁ ଭେଟି ଦେଲା ରାଜ୍ୟର ପ୍ରଥମ AI ନ୍ୟୁଜ୍ ଆଙ୍କର: ଓଡ଼ିଆ ଓ ଇଂଲିଶରେ ନ୍ୟୁଜ୍ ପଢିବେ AI ଆଙ୍କର ‘ଲିସା’ ।

➡️୩-ସୋସିଆଲ ମିଡ଼ିଆ ପ୍ଲାଟଫର୍ମ Threadରେ ୟୁଜରଙ୍କ ସଂଖ୍ୟା ୯କୋଟିକୁ ପାର, ଏବେ ଟ୍ୱିଟର ଲାଗି ହେବ ବିପଦ l

➡️୪-ରାଷ୍ଟ୍ରପତି ଭବନରେ ଆଜିଠାରୁ ଦୁଇଦିନିଆ ଆରମ୍ଭ ହେବ ଭିଜିଟର୍ସ କନଫରେନ୍ସ୨୦୨୩ l ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍‍ଘାଟନ କରିବେ l

➡️୫-କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ଆରମ୍ଭ ହେଲା କାମ l ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ (ଡିଏମ୍‌ଆର୍‌ସି) ସଂସ୍ଥା ‘ଜିଓ ଟେକ୍ନିକାଲ ଇନ୍‌‌ଭେଷ୍ଟିଗେସନ’ କଲା ଆରମ୍ଭ l

➡️୬-ସମୁଦ୍ରରେ ପ୍ରତିବର୍ଷ ପକାଯାଉଛି ବିଲିୟନ ବିଲିୟନ ଟନ୍ ପ୍ଲାଷ୍ଟିକ୍, ୪୦୦ ସ୍ଥାନ ହେଲା ଏବେ ଡେଡ୍ ଜୋନ୍ l

➡️୭-ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ବର୍ଷା ଜାରି l ୧୭ ଟ୍ରେନ୍ ବାତିଲ୍, ଟ୍ରାକ୍‌ରୁ ପାଣି ସଫା ପାଇଁ ଚାଲିଛି ପମ୍ପ୍ l

➡️୮-ବର୍ଷାରେ ବେହାଲ ଉତ୍ତର ଭାରତ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ୧୯୮୨ ପରଠାରୁ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗର ସୂଚନା l ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ୧୫ ଜଣଙ୍କ ହେଲା ମୃତ୍ୟୁ l

➡️୯-ମଞ୍ଚେଶ୍ବରରେ ଗତକାଲି ରାତିଅଧିଆ ଆତଙ୍କ: ଜଳିଗଲା ସରକାରୀ ଔଷଧ ଗୋଦାମ l ଗୋଦାମରେ ଗଚ୍ଛିତ ରହିଥିବା ବିପୁଳ କୋଭିଡ୍‌ ଔଷଧ ଓ କିଟ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଛି।

➡️୧୦-ଫିଲ୍ମ ଆଦିପୁରୁଷ : ବକ୍ସ ଅଫିସରେ ହେଲା ଫ୍ଲପ, ୟୁଟ୍ୟୁବରେ ହିଟ୍ l କିଛି ଘଣ୍ଟା ମଧ୍ୟରେ ଦେଖିଲେ ୨ମିଲିୟନରୁ ଅଧିକ ଲୋକ l

➡️୧୧-ଥାଇଲାଣ୍ଡ ରେ ଏକ୍କାଚାଇ ଏବଂ ଲକ୍ସାନା ୫୮ ଘଣ୍ଟା ୩୫ ମିନିଟ ପର୍ଯ୍ୟନ୍ତ Kiss କରୁଥିଲେ ଦୁଇ ଦମ୍ପତ୍ତି, ଗିନିଜ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ l

➡️୧୨-ଦିଲ୍ଲୀରେ ଏଣିକି ଲାଗୁ ହେବ ଗୁଜରାଟ ଆଇନ l ପୋଲିସକୁ ମିଳିବ ଅଧିକ କ୍ଷମତା, ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଲେ LG l

➡️୧୩-ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସୋନୀ ହେଲେ ଗିରଫ l

➡️୧୪-ହନି ଟ୍ରାପ୍‌ର ତାଲିମ କେନ୍ଦ୍ର ପାଲଟିଛି ପାକିସ୍ତାନ ସେନାର ମୁଖ୍ୟାଳୟ ରାୱଲପିଣ୍ଡି, ତାଲିମ ଦେଉଛି ଆଇଏସ୍‌ଆଇ l

➡️୧୫-ପଶ୍ଚିମବଙ୍ଗରେ ହିଂସା ଯୋଗୁ ପଞ୍ଚାୟତ ନିର୍ବାଚନ ହେଲା ବ୍ୟାହତ l ୬୦୦ରୁ ଅଧିକ ବୁଥ୍‌ରେ ପୁଣିଥରେ ହେବ ଭୋଟିଂ l

➡️୧୬-ଜମ୍ମୁ କଶ୍ମୀର ଓ ଲଦାଖରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାର ପାତ; ୨ ଯବାନଙ୍କ ସମେତ ୫ ମୃତ l

➡️୧୭-ଆମେରିକାର ଡ୍ରୋନ୍ ଆକ୍ରମଣରେ ଇସଲାମିକ୍ ଷ୍ଟେଟର ପ୍ରମୁଖ ଆତଙ୍କୀ ନେତା ଅସାମାହ ଅଲ-ମୁହାଜିର ହେଲା ନିପାତ l

➡️୧୮-ଲିଡ୍‌ସରେ ଇଂଲଣ୍ଡର ରୋମାଞ୍ଚକ ବିଜୟ l ଏଜବାଷ୍ଟନ୍‌ ଏବଂ ଲର୍ଡସରେ ହାରିଯିବା ପରେ ଇଂଲଣ୍ଡ ଦଳ ସମାନ ପରିସ୍ଥିତିରେ ଥାଇ ଲିଡ୍‌ସ ଟେଷ୍ଟକୁ ଜିତିଯାଇଛି। ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ବିଶ୍ବ ବିଜେତା ଅଷ୍ଟ୍ରେଲିଆ କିନ୍ତୁ ୨-୧ରେ ଆଗୁଆ ରହିଛି।

➡️୧୯-ବାଂଲାଦେଶ ଗସ୍ତରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ। ଗତକାଲି ଖେଳାଯାଇଥିବା ପ୍ରଥମ ଦିନିକିଆରେ ବୋଲରଙ୍କ କଂଜୁସ ବୋଲିଂ ପରେ ହର୍ମନପ୍ରୀତ୍ କୌରଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟ୍‌ରେ ବିଜୟୀ ହୋଇଛି।

➡️୨୦-ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରି ସାରିଥିବା ଶ୍ରୀଲଙ୍କା ଦଳ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ଟ୍ରଫି ସହ ଭାରତ ଗସ୍ତ ପୂର୍ବରୁ କଲା ଆତ୍ମବିଶ୍ବାସ ଅର୍ଜନ l ଜିତିଲା ବିଶ୍ବକପ୍‌ କ୍ବାଲିଫାୟାର୍ସ ଟ୍ରଫି l

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc