Home Crime ପୁରୀ ରେ ଅଘଟଣ ,ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ

ପୁରୀ ରେ ଅଘଟଣ ,ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ

by Admin
0 comment

ପୁରୀ: ପୁରୀ ସମୁଦ୍ରେ ଅଘଟଣ ,ପୁଣି ପୁରୀ ଦିଗବାରେଣୀ ନିକଟରେ ରିପ କରେଣ୍ଟରେ ପଡ଼ି ସମୁଦ୍ରରେ ଭାସିଗଲେ ଜଣେ ପର୍ଯ୍ୟଟକ । ହରଚଣ୍ଡି ଲାଇଫ ଗାର୍ଡ ଓ କାଳିମା ଲାଇଫ ଗାର୍ଡ ଦ୍ଵାରା ବ୍ଲୁ ଫ୍ଲାଗ ବିଚରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପର୍ଯ୍ୟଟକଙ୍କ ପରିଚୟ ଜଣା ପଡ଼ିନାହିଁ । ଗୁରୁତର ଅବସ୍ଥାରେ ପର୍ଯ୍ୟଟକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଏହା ପୂର୍ବରୁ ଜୁଲାଇ ୪ରେ ମଧ୍ୟ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଇଥିଲେ ୫ ପର୍ଯ୍ୟଟକ। ଦିଗବାରେଣୀ ଛକ ବେଳାଭୂମିରେ ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ୫ ଜଣ ପର୍ଯ୍ୟଟକ ସମୁଦ୍ର ଭିତରକୁ ଭାସି ଯାଇଥିଲେ । ତେବେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କ ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ହରଚଣ୍ଡୀ ଲାଇଫ ଗାର୍ଡ ସଦସ୍ୟମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା‌ ପାଇଁ ସମୁଦ୍ର ଭିତରକୁ ଯାଇଥିଲେ । ସମୁଦ୍ରରେ କରେଣ୍ଟ ଥିବା ସମୟରେ ଲାଇଫ ଗାର୍ଡମାନଙ୍କ କଥା ପର୍ଯ୍ୟଟକମାନେ ମାନୁ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘର ସଭାପତି ବାଡ଼ି ଶିବା ରାଓ କହିଥିଲେ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc