ନିରପେକ୍ଷ : ମତଦାନ ବେଳେ ନିର୍ବାଚନୀ ହିଂସା ଏବେ ଉଗ୍ରରୂପ ନେବାରେ ଲାଗିଛି ,ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ହେଲାଣି । ଗତକାଲିଠୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ଭୟଙ୍କର ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ହିଂସାରେ ବିଭିନ୍ନ ରାଜନୈତିକ ଦଳଙ୍କ ୧୮ ଜଣ କର୍ମୀଙ୍କ ଜୀବନ ଯାଇଛି। ମୃତକଙ୍କ ଭିତରେ ଅଛନ୍ତି ୧୦ ଟିଏମସି କର୍ମୀ, ୩ ବିଜେପି କର୍ମୀ, ୩ କଂଗ୍ରେସ କର୍ମୀ ଏବଂ ସିପିଆଇଏମର ୨ କର୍ମୀ ।
